logo

ସଂଯୋଗୀ ଯୁବ କର୍ମଶାଳା ର ବୈଠକ ଅନୁଷ୍ଠିତ (ସ୍ଵଳ୍ପ ମୂଲ୍ୟରେ ସ୍ରଷ୍ଟାମାନଙ୍କ ପାଣ୍ଡୁଲିପି ମୁଦ୍ରଣ)

ସଂଯୋଗୀ ଯୁବ କର୍ମଶାଳା ର ବୈଠକ ଅନୁଷ୍ଠିତ
( ସ୍ଵଳ୍ପ ମୂଲ୍ୟରେ ସ୍ରଷ୍ଟାମାନଙ୍କ ପାଣ୍ଡୁଲିପି ମୁଦ୍ରଣ )

ଘଟଗାଁ,୧୦/୧ : ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ କର୍ମଶାଳା ଆୟୋଜନ କରି ଚାଲିଥିବା ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା ଘଟଗାଁ କେନ୍ଦୁଝର ତରଫରୁ ଆଗାମୀ ପିଢ଼ି ପାଇଁ ଯୁବଗୋଷ୍ଠୀ ଙ୍କୁ ସୁସାହିତ୍ଯିକ ରୂପେ ଗଢ଼ିବା ନିମନ୍ତେ " ସଂଯୋଗୀ ଯୁବ କର୍ମଶାଳା " ପ୍ରଶିକ୍ଷଣ ଶିବିର ଗତକାଲି ଭଏସ୍ କଲ୍ ମାଧ୍ଯମରେ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ମୁଖପତ୍ର ସଂଯୋଗୀ ସଜଫୁଲର ସଂପାଦକ ବାବୁଲାଲ ପଲେଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ରେ ସ୍ବତନ୍ତ୍ର ଅତିଥି ରୂପେ ଜ୍ଯୋତି ବିହାର ବୁର୍ଲା, ସମ୍ବଲପୁରର ଅଧ୍ୟାପିକା ଡକ୍ଟର ସୁନୀତି ଦେବତା ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ର ଶ୍ରୀ ବୁଦ୍ଧି ନିମନ୍ତେ ଆଗାମୀ ପିଢ଼ି ସୃଷ୍ଟି କରିବା ପାଇଁ ସଂଯୋଗୀ ସଜଫୁଲ ଯେଉଁ ପଦକ୍ଷେପ ଗ୍ରହଣ କରୁଅଛି,ତାହା ବାସ୍ତବିକ ପ୍ରଶଂସନୀୟ ଓ ପ୍ରଣିଧାନଯୋଗ୍ଯ । ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ଯୁବଗୋଷ୍ଠୀଙ୍କ ପାଇଁ କର୍ମଶାଳା ଆୟୋଜନ କରି ପ୍ରଶିକ୍ଷଣ ଦେବା ଆବଶ୍ୟକତା ଥିଲା ଯାହା ସଂଯୋଗୀ ସଜଫୁଲ ପୁରଣ କରିବାକୁ ଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କର୍ମଶାଳାରେ ବଲାଙ୍ଗୀର ଜିଲ୍ଲାର ଆଗଲପୁର ରୁ ହୃଷୀକେଶ ଦାଶ, ନୟାଗଡ଼ ଦଶପଲ୍ଲା ରୁ ଲିସନ ମହାନ୍ତି, କଳାହାଣ୍ଡି ରୁ କୃଷ୍ଣ ଶବର,ବରଗଡ ରୁ ପ୍ରତିମା ପାତ୍ର, ଗଞ୍ଜାମ ବ୍ରହ୍ମପୁର ରୁ ସୁଶିଲ କୁମାର ପ୍ରଧାନ, ଜଗତସିଂହପୁର ରୁ ନନ୍ଦକିଶୋର ଦାସ, କେନ୍ଦୁଝର ହରିଚନ୍ଦନପୁର ରୁ ସୁଜାତା ଗୁପ୍ତା, ଘଟଗାଁ ରୁ ସନ୍ତୋଷ କୁମାର ପତି ଓ କମଳାକାନ୍ତ ମିଶ୍ର ଆଦି ସ୍ରଷ୍ଟା ଗଣ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଆସନ୍ତା *ତା ୧୧.୧.୨୦୨୬ ରିଖ ରବିବାର ଠାରୁ ସଂଯୋଗୀ ଯୁବ କର୍ମଶାଳା ର ମାର୍ଗଦର୍ଶିକା ଓ ଗଳ୍ପ ଲିଖନ ର ଆଧାରକୁ ଅନୁସରଣ କରି ପ୍ରତି ରବିବାର ଗଳ୍ପ ଲେଖି ସଂଯୋଗୀ ଯୁବ କର୍ମଶାଳା ହ୍ବାଟ୍ସ ଆପ୍ ଗ୍ରୁପ୍ ରେ* ପଠାଇବାକୁ ସ୍ରଷ୍ଟାମାନଙ୍କୁ ନିବେଦନ କରାଯାଇଛି। ଏହି ଅବସରରେ *ସଂଯୋଗୀ ସାହିତ୍ୟ ପ୍ରକାଶନୀ* ତରଫରୁ ଖୁବ୍ ସ୍ବଳ୍ପ ମୂଲ୍ୟରେ ସ୍ରଷ୍ଟାମାନଙ୍କ ପାଣ୍ଡୁଲିପି କୁ ପୁସ୍ତକ ଆକାର ( ୧୦୦ ପେଜ ମଧ୍ୟରେ )ରେ ତା'ର PDF ଯୋଗାଇ ଦିଆଯିବ ବୋଲି ସହ ସଂପାଦକ ଲିସନ ମହାନ୍ତି ବୈଠକରେ ଘୋଷଣା କୁ ସମସ୍ତେ ସ୍ବାଗତ କରିଥିଲେ। ଶେଷରେ ସଂଯୋଗୀ ସଜଫୁଲର ମୁଖ୍ୟ ସଂପାଦକ ସନ୍ତୋଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ସଂଚାଳକ ହୃଷୀକେଶ ଦାଶ ବୈଠକକୁ ପରିଚାଳନା କରିଥିବାବେଳେ ସଦସ୍ୟା ସୁଜାତା ଗୁପ୍ତା ସହଯୋଗ କରିଥିଲେ।

ବାବୁଲାଲ ପଲେଇ ଙ୍କ ରିପୋର୍ଟ।

57
6743 views