logo

ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ।

ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ।

ପାଟଣା:୦୯/୦୧- ପାଟଣା ବ୍ଲକ ସଭାଗୃହ ଠାରେ ଆଜି ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବିଧାୟକ ଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ବ୍ରମ, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଶୁଭେନ୍ଦୁ ସାଗର କୁମାର ନାଏକ, ପଶୁ ଚିକିତ୍ସା ଅଧିକାରୀ ପ୍ରିୟତାଂଶୁ ବିଶ୍ୱାଳ, କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର କୁମାର ସାହୁ, ଶିକ୍ଷକ ପାର୍ଥସାରଥୀ ବେଜ, କମଳା କାନ୍ତ ପତି, ଏବିଇଓ ପ୍ରକାଶ କୁମାର ରାୟ, ସ୍ବେଚ୍ଛାସେବୀ ସଙ୍ଗଠନ ର ତ୍ରିଲୋଚନ ମହାନ୍ତ, କୃଷି ଅଧୀଦର୍ଶକ ଦୁର୍ଗା ଚରଣ ତ୍ରିପାଠୀ, କ୍ରୀଡ଼ାବିତ ପ୍ରମୋଦ କୁମାର ଭଞ୍ଜଦେଓ, ଦିଲ୍ଲୀପ କୁମାର ନାଏକ, ସାମାଜିକ କର୍ମୀ ରାଧାକାନ୍ତ ମହାନ୍ତ, ବିଜୟ ରତ୍ନ ପତି, କଳ୍ପ ତରୁ କର, ପବିତ୍ର ମୋହନ ମହାନ୍ତ, ପରୀକ୍ଷିତ ସେଠୀ, ଅଗ୍ନିଶମ କେନ୍ଦ୍ରାଧିକାରୀ ଗୌର ମୋହନ ହେମ୍ବ୍ରମ, ପୁଲିସ ଏସ ଆଇ ଲକ୍ଷ୍ମଣ ମାଝୀ, ପ୍ରମୁଖ ଅନ୍ୟ ପଦାଧିକାରୀ ମାନେ ପ୍ରସ୍ତୁତି ବୈଠକରେ ସାମିଲ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ଦେହୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନିଷ୍ପତ୍ତି ଅନୁଯାୟୀ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ପାଟଣା ମିନି ଷ୍ଟାଡିୟମରେ ସକାଳ ୯ ଟାରେ ପତାକା ଉତ୍ତୋଳନ ଓ ବିଭିନ୍ନ ଶିକ୍ଷାୟତନ ଓ ଅନୁଷ୍ଠାନ ମାନଙ୍କରେ ସକାଳ ୮ ଟାରେ ପତାକା ଉତ୍ତୋଳନ ହେବ। ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହେବେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

26
1395 views