ପଟ୍ଟାଙ୍ଗିରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ
ପଟ୍ଟାଙ୍ଗି -୦୫.୦୧.୨୬- ପଟ୍ଟାଙ୍ଗି ପଞ୍ଚାୟତ ସମିତି ସଭାଗୃହ ଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଜ଼ିଲ୍ଲାପାଳ ଶ୍ରୀ ମନୋଜ ସତ୍ଯୱାନ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଙ୍କ ଉପସ୍ଥିତିରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି| ଏହି ଶିବିରରେ ଗୋଷ୍ଠୀ ଗତ ଭାବେ ୧0ଗୋଟି ଏବଂ ବ୍ୟକ୍ତିଗତ ୪୬ ଟି ମୋଟ ୫୬ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ଅଭିଯୋଗ ଗୁଡିକୁ ଯଥା ଶୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଲେ ଜିଲ୍ଲାପାଳ I କାର୍ଯ୍ୟକ୍ରମ ରେ ସିଡ଼ିଓ ବେଣୁଧର ଶବର, ପଟ୍ଟାଙ୍ଗି ଜୋନ ୨ ଜିଲ୍ଲାପରିଷଦ ଅଧ୍ୟକ୍ଷ ଲଇଛନ ଖରା, ଡିଏଫ୍ଓ ଭାସ୍କର ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକ ର ୧୪ ଗୋଟି ପଞ୍ଚାୟତ ର ଜଙ୍ଗଲ ଜମି ପଟ୍ଟା ୪ ହଜାର ରୁ ଉର୍ଦ୍ଧ ପଟ୍ଟା ଆବେଦନ ହେବା ସତ୍ବେ ମିଳୁନଥିବା ନେଇ ଦେଓମାଳି ମହାସଂଘ ଦାବି ଆଦି ସମସ୍ୟା ଗୁଡ଼ିକର ଶୁଣାଣି କରାଯାଇଥିଲା। କାର୍ଯ୍ୟକ୍ରମ କୁ ଏ ଇ ଈ ବିଶ୍ଵନାଥ ମାଦେଲି, ଏପିଓ ସୌମେନ୍ଦ୍ର ନାୟକ, ଜିପିଓ ଦାୟୀତ୍ବ ରେ ଥିବା ନମିତା ନାୟକ ପ୍ରମୁଖ ବ୍ଲକ ଅଧିକାରୀ ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ।