logo

ରୋଟାରୀ କ୍ଲବ ଅନୁଗୁଳ ପକ୍ଷରୁ ଅସହାୟଙ୍କୁ କମଳ ବଣ୍ଟନ !

ଆଠମଲ୍ଲିକ:-୦୯/୦୧:(ଧନଞ୍ଜୟ ନାୟକ)
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଗ୍ରାମ ପଞ୍ଚାୟତର ଠାକୁରଗଡ଼ ହାଟପଡ଼ିଆ, ରାଣୀବନ୍ଧ କୋଠଘର ଏବଂ ସଦାନନ୍ଦପୁର କୋଠଘର ଠାରେ ରୋଟାରୀ କ୍ଲବ ଅନୁଗୁଳ ପକ୍ଷରୁ ୪୦ ଜଣ ଅସହାୟ ବୃଦ୍ଧ–ବୃଦ୍ଧାଙ୍କୁ କମଳ ବଣ୍ଟନ କରାଯାଇଛି !
ଏହି କାର୍ଯ୍ୟକ୍ରମ ଅବସରରେ ଆମ୍ବସରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ହିଞ୍ଜାଗୋଲା ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଧ୍ରୁବଚରଣ ନାୟକଙ୍କୁ ଏକ ହ୍ୱିଲ୍‌ଚେୟାର ପ୍ରଦାନ କରାଯାଇଥିଲା !
ଉକ୍ତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅନୁଗୁଳର ରୋଟାରୀଆନ ନିର୍ମଳ କୁମାର ମିଶ୍ର, ନିଖିଲ ରଞ୍ଜନ ମିଶ୍ର, ସୁଜିତ କୁମାର ସାହୁ, ସାଇଲେନ୍ ମିଶ୍ର, ଅଭିଷେକ ପଟ୍ଟନାୟକ ଓ ମିତ୍ରଭାନୁ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ! ସେହିପରି ଲକ୍ଷ୍ମୀ ବଜାର ପୂଜା କମିଟିର ସନ୍ତୋଷ ସାହୁ, ସମାଜସେବୀ ଡ଼. ଶତ୍ରୁଘ୍ନ ସାହୁ, ବିଭୁ ପ୍ରସାଦ ସେନାପତି, ସଦାନନ୍ଦପୁର ଗ୍ରାମର ସନ୍ତୋଷ ବିଶ୍ୱାଳ, ଅଭୟ ବିଶ୍ୱାଳ, ସଞ୍ଜୟ ବିଶ୍ୱାଳ, ରାଣୀବନ୍ଧ ଗ୍ରାମ ସଭାପତି ଅଜିତ ମିଶ୍ର, ପୂର୍ବତନ ସରପଞ୍ଚ ଅନାମ ଚରଣ ସ୍ୱାଇଁ ସହ ଠାକୁରଗଡ଼ ଗ୍ରାମର ହେମନ୍ତ କୁମାର ଖୁଣ୍ଟିଆ, ଧନଞ୍ଜୟ ନାୟକ, ଶୁଭକାନ୍ତ ପ୍ରଧାନ ଓ ଅଶ୍ୱିନୀ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ !

0
24 views