logo

ପ୍ରଭୂ #ଶ୍ରୀରାମଙ୍କ ଉଦ୍ଦେଶ୍ୟରେ #ରାଉଲକେଲା ସହରରୁ ବାହାରିଥିବା ଏହି ବିଶାଳ #ସ୍ୱର୍ଣ୍ଣ_ଧନୁଷ ଆଜି ସେମିଳିଗୁଡା ଠାରେ ପହଞ୍ଚି ଥିଲା,

ପ୍ରଭୂ #ଶ୍ରୀରାମଙ୍କ ଉଦ୍ଦେଶ୍ୟରେ #ରାଉଲକେଲା ସହରରୁ ବାହାରିଥିବା ଏହି ବିଶାଳ #ସ୍ୱର୍ଣ୍ଣ_ଧନୁଷ ଆଜି ସେମିଳିଗୁଡା ଠାରେ ପହଞ୍ଚି ଥିଲା, ସେମିଳିଗୁଡା ର ଜନ ସଧାରଣ ଖୁବ ଉତ୍ସାହ ର ସହ ପୁଷ୍ପ ବର୍ଷା କରି ସ୍ବାଗତ ଜଣାଇ ଥିଲେ।

ରାଉରକେଲା ସହରରୁ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଭେଟି ଦେବା ଉଦ୍ଦେଶ୍ୟରେ ବାହାରିଛି ଏହି ବିଶାଳ ସ୍ୱର୍ଣ୍ଣ ଧନୁଷ । ରାଉରକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିଶାଳ ଆଠ ଫୁଟ ଲମ୍ବ ଏବଂ ତିନି ଫୁଟ ଉଚ୍ଚତା ବିଶିଷ୍ଟ ସ୍ୱର୍ଣ୍ଣ ଧନୁଷ ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଛନ୍ତି। ପ୍ରାୟ ୧ କେଜି ସୁନାରେ ନିର୍ମାଣ ହୋଇଛି ଏହି ଧନୁ । କେବଳ ଯେ ୧ କେଜି ସୁନା ନୁହେଁ ବରଂ ଅଢେଇ କେଜି ରୁପା ସହ ତମ୍ବା ଏବଂ ଜିଙ୍କ୍ ସହ ଲୁହା ମିଶି ପଞ୍ଚ ଧାତୁରେ ତିଆରି ହୋଇଛି ଏହି ସୁନାର ଧନୁ । ଏହି ସୁନାର ଧନୁ ପ୍ରାୟ ୨୮୬ କିଲୋଗ୍ରାମ ଓଜନର ହେବ । ପ୍ରାୟ ୧ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ଧନୁ ତିଆରି ହୋଇଛି ।

ଏହି ସୁନାର ଧନୁ ତାମିଲନାଡୁର କାଞ୍ଚିପୁରମରେ ତିଆରି ହୋଇଥିଲା । ଏହି ଭେଟିଟି ସହୀଦ ଯବାନ ଏବଂ ଦେଶ ପାଇଁ ଜୀବନ ଦେଉଥିବା ମହାନ ବ୍ୟକ୍ତିତ୍ବଙ୍କ ଉଦ୍ଦେଶ୍ବରେ ତଥା ସନାତନ ଧର୍ମର ଅଧିକ ପ୍ରଚାର ପ୍ରସାର ପାଇଁ କରାଯାଇଛି । ସୁନାର ଧନୁ ଦେଖିବା ପାଇଁ ଛୁଟି ଆସିଥିଲେ ଅଞ୍ଚଳବାସୀ । ଏକ ଗାଡ଼ିକୁ ଫୁଲରେ ସଜାଯାଇ ଏହି ଧନୁକୁ ରଖାଯାଇଥିଲା । ଏହି ସମୟରେ ଜୟ ଶ୍ରୀରାମ ଧ୍ବନିରେ କମ୍ପି ଉଠିଥିଲା ଅଞ୍ଚଳ । ସେପଟେ କଲେଜ ପିଲା ଓ ମହିଳା ମାନେ ପୁଷ୍ପ ବର୍ଷା କରିଥିଲେ । ଏହା ରାଉରକେଲାର ହନୁମାନ ବାଟିକାରୁ ବାହାରି ବିଭିନ୍ନ ଜିଲ୍ଲା ଦେଇ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବ । ପୁରୀରୁ ବାହାରି ୨୨ ତାରିଖ ଦିନ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସରେ ଅଯୋଧ୍ୟାରେ ପହଞ୍ଚିବ ।

83
6412 views