logo

ଏଲ ଏଣ୍ଡ ଟି ଠିକା ସଂସ୍ଥାର ଦାୟିତ୍ୱ ହୀନତା ଗାତରେ ପଡି ବଳଦ ମୃତ୍ୟୁ।

ଏଲ ଏଣ୍ଡ ଟି ଠିକା ସଂସ୍ଥାର ଦାୟିତ୍ୱ ହୀନତା ଗାତରେ ପଡି ବଳଦ ମୃତ୍ୟୁ।

ପାଟଣା-୮/୧, ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ରୁଡ଼ିଆପଡା ଗ୍ରାମରେ ଏଲ ଏଣ୍ଡ ଟି କମ୍ପାନୀ ଦ୍ଵାରା ପାଣି ପାଇପ କାମ ଚାଲିଥିବା ବେଳେ ପାଇପ ଗାତରେ ପଡି ଏକ ବଳଦ ର ମୃତ୍ୟୁ ଘଟିଥିଲା।ଏନେଇ ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିଲା।ଗ୍ରାମର ବୁଦ୍ଦୁରାୟ ମାଝୀ ଙ୍କର ଗୋଟିଏ ବଳଦ ଏଲ ଏଣ୍ଡ ଟି ଠିକା ସଂସ୍ଥା ଦ୍ୱାରା ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ ଲାଇନ ପାଇଁ ଖୋଳା ଯାଇଥିବା ଗାଡ଼ରେ ପଡି ପ୍ରାଣ ହରାଇଛି।ବଡ଼ ଗାତ ଖୋଳି ସିମେଣ୍ଟ ବକ୍ସ କରିବା ପରେ ଫାଙ୍କା ସ୍ଥାନ ବାଲି ଅଥବା ମାଟି ଭର୍ତ୍ତି କରାଯାଇ ନଥିବାରୁ ଏପରି ଅଘଟଣ ଘଟିଛି।ସଂପୃକ୍ତ ଠିକା ସଂସ୍ଥା କୁ ଗାମବାସୀ ମାନେ ଘେରିଯାଇଥିଲେ।ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ପରେ ବୁଦ୍ଦୁରାୟ ଙ୍କୁ ବଳଦ ମୃତ୍ୟୁ ବାବଦ ୧୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡିଛି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

13
1036 views