logo

ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ର ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ।

ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ର ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ।

ପାଟଣା:-୮/୧, ପାଟଣା ଓ ସାହାରପଡା ବ୍ଲକ ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ର ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ -୨୦୨୬ କାର୍ଯ୍ୟକ୍ରମ ବୁଧୁବାର ଦିନ ପାଟଣା ବୈତରଣୀ ତୀର୍ଥ ଠାରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ସଂଘ କେନ୍ଦୁଝର ସଭାପତି ସଞ୍ଜୟ ବସନ୍ତ ଚକ୍ର , ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା , ସପ୍ନେଶ୍ୱର ସାହୁ , ଭାଗିରଥି ଗିରି , ବଳରାମ ରାଉତ , ମଦନ ମୋହନ ଦ୍ୱିବେଦୀ, ମହେଶ୍ବର ମହାନ୍ତ, ଭରତ ଚନ୍ଦ୍ର ସାହୁ , କଳ୍ପତରୁ ମିଶ୍ର , ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଓ ସାମ୍ବାଦିକ ଜ୍ଞାନ ରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଗୌରହରି ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଦ୍ୟାଳୟ ରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ତଥା ଶିକ୍ଷା କର୍ମଚାରୀ ମାନଙ୍କର ବିଭିନ୍ନ ଅସୁବିଧା ସମ୍ବନ୍ଧ ରେ ଆଲୋଚନା କରାଯାଇ ତାହାର ସମାଧାନ କରାଯିବାକୁ ନିଷ୍ପତି ନିଆଗଲା । ଏହି ଅବସରରେ ବିଗତ ୨୦୨୫ ମସିହା ରେ ଅବସର ନେଇଥିବା ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତ, କୈଳାସ ଚନ୍ଦ୍ର ମହାନ୍ତ , ସୁବାଷ ଚନ୍ଦ୍ର ଜେନା , ଭାସ୍କର ଚନ୍ଦ୍ର ବାରିକ ଙ୍କ ସମେତ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ଙ୍କୁ ପୁଷ୍ପଗୁଚ୍ଛ ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଠାରେ ଅବସର ପ୍ରାପ୍ତ ଶିକ୍ଷକ ସିଲିନାଥ ମହାନ୍ତ ଯୋଗ ଶିକ୍ଷା ଓ ଯୋଗ ପ୍ରଦର୍ଶନ କରିଥିଲେ । ସାହାରପଡା ବ୍ଲକ ର ଅବସରପ୍ରାପ୍ତ ଶିକ୍ଷକ ନଳିନୀ ଚନ୍ଦ୍ର ଘଣା, ବଳଭଦ୍ର ମହାନ୍ତ , କୈଳାସ ଚନ୍ଦ୍ର ମହାନ୍ତ , ମକରଧ୍ବଜ ମହାନ୍ତ , କଳ୍ପତରୁ ମିଶ୍ର , ନଗେଶ କୁମାର ବଦ୍ମ ଏବଂ ପାଟଣା ବ୍ଲକ ର ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ପରିଡ଼ା, କ୍ଷୀରୋଦ ଚନ୍ଦ୍ର ମିଶ୍ର , ହୃଷୀକେଶ ମହାନ୍ତ , ଶାନ୍ତନୁ କୁମାର ସାହୁ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଶତାଧିକ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

18
983 views