
ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ଅତିରିକ୍ତ ନିର୍ଦେଶକଙ୍କ କେନ୍ଦୁଝର ଗସ୍ତ।
ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ଅତିରିକ୍ତ ନିର୍ଦେଶକଙ୍କ କେନ୍ଦୁଝର ଗସ୍ତ।
କେନ୍ଦୁଝର,ତା୮/୧- ଓଡିଶା ଅର୍ଥନୀତି ଓ ପରିସଂଖ୍ୟନ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ଦତ୍ତ, ବିଷୟ ବିଶେଷଜ୍ଞ ଡ. କୈଳାସ ଚନ୍ଦ୍ର ପାଣି ଏବଂ ପରିସଂଖ୍ୟାନ ଅଧିକାରୀ ରାମଚନ୍ଦ୍ର ମିଶ୍ର ଗତ ୦୬/୦୧/୨୦୨୬ରେ ଘସିପୁରା ବ୍ଲକର ଅଳତି ଗ୍ରା.ପ. ଅନ୍ତର୍ଭୁକ୍ତ ପଦନପୁର ଗ୍ରାମ ଓ ଆନନ୍ଦପୁର ବ୍ଲକ ବେଲବାହାଳି ଗ୍ରା.ପ.ର ସିଆପଦା ଗ୍ରାମକୁ ୭ମ କ୍ଷୁଦ୍ର ଜଳସେଚନ ଗଣନା ଓ ୨ୟ ଜଳାଶୟ ଗଣନାର କ୍ଷେତ୍ର ତଦାରଖ କରିଛନ୍ତି । ଏହି ସର୍ଭେ କାର୍ଯ୍ୟ ପଦନପୁରରେ ଗଣନାକାରୀ ତଥା ଲୋକାଲ ୟୁଥ ଶ୍ରଦ୍ଧାଞ୍ଜଳୀ ନାୟକ ଓ ସିଆପଦା ଗ୍ରାମରେ ନୀଳିମାମୟୀ ରାଉତଙ୍କ ଦ୍ୱାରା କରାଯାଇଥିଲା । ତଦାରଖ ସମୟରେ କେନ୍ଦୁଝର ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ଗଜେନ୍ଦ୍ର କୁମାର ବେହେରା ଓ ପରିସଂଖ୍ୟାନ ଅଧିକାରୀ ଅନୁପମା ପାତ୍ର ଉପସ୍ଥିତ ଥିଲେ । ଶ୍ରୀ ଦତ୍ତ ଓ ଡ଼.ପାଣି ରାଷ୍ଟ୍ର ଗଠନରେ ଜଳସେଚନ ଗଣନାର ଗୁରୁତ୍ୱ, ଯୋଜନା ତିଆରିରେ ଏହାର ଭୂମିକା ଓ ତଥ୍ୟ ସଂଗ୍ରହର ଆବଶ୍ୟକତା ବିଷୟରେ ଗ୍ରାମବାସୀ, ଲୋକାଲ ୟୁଥ୍ ଓ ପରିସଂଖ୍ୟାନ କ୍ଷେତ୍ର କର୍ମଚାରୀଙ୍କୁ ତଥ୍ୟ ସଂଗ୍ରହ କରିବାର ପ୍ରଣାଳୀ ଓ ପଦ୍ଧତି ପୁଂଖାନୁପୁଂଖ ଭାବେ ବର୍ଣ୍ଣନା କରିଥିଲେ । ପରେ ଘଟଗାଁ ଅବସ୍ଥିତ ବଜାରରେ ମୂଲ୍ୟ ନିର୍ଦ୍ଧାରଣ ଯୋଜନା ସମ୍ବନ୍ଧୀୟ ତଥ୍ୟ ତର୍ଜମା କରିଥିଲେ । ସନ୍ଧ୍ୟାରେ ଶ୍ରୀ ଦତ୍ତ ଓ ଡ଼.ପାଣି ଜିଲ୍ଲାପାଳ ଵିଶାଲ ସିଂଙ୍କ ସହ ଆଲୋଚନା କରି ଗଣନା କାର୍ଯ୍ୟର ସୁଚାରୁରୂପେ ସଂମ୍ପାଦନ ସହ ସମସ୍ତ ଗଣନା କାର୍ଯ୍ୟର ଅଗ୍ରଗତି ବିଷୟରେ ଅବଗତ କରାଇବା ସହ ଜାନୁଆରୀ ୨୦୨୬ ସୁଦ୍ଧା ଗଣନା କାର୍ଯ୍ୟ ସାରିବା ବାବଦରେ ଜଣାଇଥିଲେ ଏବଂ ସମସ୍ତ ଲାଇନ ଡିପାର୍ଟମେଣ୍ଟର ପୁର୍ଣ୍ଣ ସହଯୋଗ ସହ କ୍ଷେତ୍ର ପରିଦର୍ଶନ କରିବାକୁ ଅବଗତ କରାଇଥିଲେ। ପରଦିନ ତା୦୭.୦୧.୨୦୨୬ରିଖରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀ ସବ୍ୟସାଚୀ ଦତ୍ତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସବକମିଟିର ସଦସ୍ୟ ଏବଂ ସଂପୃକ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀଙ୍କ ସହ ଆଲୋଚନା କରି କିପରି ସୁଚାରୁରୂପେ ଏହି ଗଣନା କାର୍ଯ୍ୟ ସରିବ, ସେ ବାବଦରେ ଅବଗତ କରାଇଥିଲେ। ପରେ ପରେ ୧୩ଟି ବ୍ଲକ ଓ ୫ଟି ମୁନିସିପାଲିଟି ଏବଂ ଏନଏସି ଅନ୍ତର୍ଗତ ସମସ୍ତ ଗଣନକାରୀ ତଥା ପରିସଂଖ୍ୟାନ କ୍ଷେତ୍ର କର୍ମଚାରୀ ଓ ଲୋକାଲ ୟୁଥଙ୍କ ସହ ଏକ କର୍ମଶାଳା ତଥା ରିଭୁ୳ ମିଟିଂ କରାଯାଇ ଉପରୋକ୍ତ ସମୟ ସାରଣୀରେ ଗଣନା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଗଣନା କାର୍ଯ୍ୟର ଗୁଣବତ୍ତାକୁ ସର୍ବାଗ୍ରେ ଦୃଷ୍ଟି ଦେବାକୁ କହିଥିଲେ । ଏହି ରିଭୁ୳ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନା ପାଇଁ ପରିସଂଖ୍ୟନ ଅଧିକାରୀ ଅନୁପମା ପାତ୍ର, ଅନୁସନ୍ଧାନକାରୀ ବିନ୍ଦିଆ ମୁଣ୍ଡା, ବରିଷ୍ଠ ସହାୟକ ଦୋଲମନି ହଂସ ଓ କନିଷ୍ଠ ସହାୟକ ବିଷ୍ଣୁପ୍ରିୟା ଓଝା ସହଯୋଗ କରିଥିଲେ ।
ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।