ପେଟେ ହଳାହଳ ବିଷ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।
ପେଟେ ହଳାହଳ ବିଷ
**********"*****
ଅନ୍ୟାୟ ରେ ଯେଵେ କନ୍ଦାଅ କାହାକୁ
ନିଶ୍ଚେ କର୍ମ ଫଳ ଭୋଗିବ,
ଅନ୍ୟାୟ ଅନୀତି ଠାରୁ ଦୂରେଇଲେ
ବିଭୂକୃପା ନିଶ୍ଚେ ଲଭିବ।
ହିସାବ ଚାଲିଛି ଉପର ମହଲେ
ଭଲ ମନ୍ଦ କେ କରୁଛି
ଭଲ କାମପାଇଁ ଭଲ ଫଳ ମିଳେ
ମନ୍ଦ ବି ଫଳ ପାଉଛି।
ଦୁନିଆର ଏହି ରଙ୍ଗମଞ୍ଚ ପରେ
ଅଭିନେତା ସାଜିଅଛ
ବିଭୂଙ୍କ ନିର୍ଦ୍ଦେଶେ ଅଭିନୟ ପାଇଁ
ନିଜକୁ ସଜାଇଅଛ।
ରାବଣ ପରିକା ହୁଅ ନାହଁ କେହି
ରାମଚନ୍ଦ୍ର ପରି ହୁଅ
ମନ୍ଥରା ପରିକା ହୁଅ ନାହଁ କେହି
ସୀତା ମା ପରି ହୁଅ।
ଭବସାଗରରେ ଲହଡ଼ି ଆସିଲେ
ମଥାନତ କରିଦିଅ
ଦୁଃଖ କୁ ସୁଖରେ ପରିଣତ କରି
ମନଖୋଲି ହସୁଥାଅ।
ତୋଷାମଦିଆଙ୍କ କଥାରେ ପଡନି
ଉପରେ ତାଙ୍କର ହସ
ମନଟା ତାଙ୍କର ମହାକାଳ ଫଳ
ପେଟେ ହଳାହଳ ବିଷ।
ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
ହୁଡୁକୋ କଲୋନୀ
କେନ୍ଦୁଝର
ମୋବାଇଲ: 87631 58585