ମୋ ଅନାବନା ଗୀତ (୩) - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।
ମୋ ଅନାବନା ଗୀତ (୩)
ଥିଲା ଗୋଟେ ପଡ଼ିଆ
ପାଖେ ଡୁବି ଗଡ଼ିଆ
ହୁଡ଼ାଟିରେ ଥିଲା ଗଛ
ତାଳ, ବର ,ନଡ଼ିଆ।
ପାଖେ ଖେଳ ପଡ଼ିଆ
ଧୂଳ ,ଧୀର ,ଧଡ଼ିଆ
ଫୁଟବଲ୍ ଖେଳୁଥିଲେ
ଲାଗେ ଭାରି ବଢ଼ିଆ।
ପଡ଼ିଆରେ ଧାଅଁରେ
ହୁଙ୍କା ଆଡ଼େ ଚାହଁରେ
ଖୋଜ ଯଦି ବଗ ବଣି
ସେହିଠାରେ ପାଅରେ ।
ଛାଡ଼ିଦେଲେ ଗୁଡ଼ିଟି
ଯାଏ ଉଡ଼ି ଉଡ଼ିଟି
ଜାଗା ଲାଗେ ଶୂନଶାନ୍
ସୂର୍ଯ୍ୟ ଗଲେ ବୁଡ଼ିଟି ।
ସେଇ ବଡ଼ପଡ଼ିଆ
ଦେଖି କହେ ଧଡ଼ିଆ
ଘେରାଏ ଆସିବା ବୁଲି
ଶୂନଗାଡ଼ି ଚଢ଼ିଆ ।
ନୀଳମଣି ଚାନ୍ଦ
ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର
କେନ୍ଦୁଝର,ମୋ:୯୫୮୩୨୦୨୩୫୭