logo

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆର.ଆଇ. !

ଆଠମଲ୍ଲିକ:-(ଧନଞ୍ଜୟ ନାୟକ) ଆଠମଲ୍ଲିକ ବ୍ଲକ ର ଟୁସର ଆର.ଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆର.ଆଇ.! ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ତହସିଲ ଅଧୀନ ଟୁସରରେ କାମ କରୁଥିବା ଆର.ଆଇ. ସୁରେନ୍ଦ୍ର କୁମାର ଦାଶ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି ! ସୂଚନା ଅନୁସାରେ କିଆକଟା ଦୌଳତପୁର ଅଞ୍ଚଳର ସତ୍ୟାନନ୍ଦ ପ୍ରଧାନ ନାମକ ବ୍ୟକ୍ତି ତାଙ୍କ ଜମିର ମାପଚୁପ ପାଇଁ ଟୁସର ଆର.ଆଇ. ନିକଟରେ ଆବେଦନ କରିଥିଲେ ! ତେବେ ଏହି ଜମିର ମାପଚୁପ କରିଦେବା ଆର.ଆଇ.ସୁରେନ୍ଦ୍ର କୁମାର ଦାଶ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ! ସତ୍ୟାନନ୍ଦ ୨ ହଜାର ଟଙ୍କା ଦେବା ପରେ ମଧ୍ଯ ଆର.ଆଇ. ଆହୁରି ଟଙ୍କା ଦାବି କରୁଥିଲେ ! ଏହା ଫଳରେ ସତ୍ୟାନନ୍ଦ ବାଧ୍ଯ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ! ଆଉ ଆଜି ସତ୍ୟାନନ୍ଦଙ୍କ ଠାରୁ ଆର.ଆଇ. ସୁରେନ୍ଦ୍ର ଦାଶ କିଆକଟା ବାସ ଭବନ ଠାରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରି ନେଇଥିଲେ ! ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କ ସରକାରୀ ଓ ପୈତୃକ ବାସ ଭବନରେ ଚଢ଼ାଉ କରାଯାଇଛି !

3
5 views