logo

*ନାଲକୋ ର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ*


ଦାମନଯୋଡି: କୋରାପୁଟ ଜିଲ୍ଲା ଖଣି ଓ ପରିଶୋଧନ ନବରତ୍ନ ଉଦ୍ୟୋଗ ନାଲକୋ ଦାମନଯୋଡି ରେ ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ନାଲକୋ ଜନମଙ୍ଗଳ ବିଭାଗ ଦ୍ବାରା ନାଲକୋ ପ୍ରେକ୍ଷାଳୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋ ର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବୀର ନାରାୟଣ ମହାନ୍ତି ମୂଖ୍ୟ ଅତିଥି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ, ପ୍ରକଳ୍ପ ଇ ଡି ଭି ଏସ ଏସ ଆନନ୍ଦ, ପ୍ରଶାସନିକ ବିଭାଗ ର ମୂଖ୍ୟ ମହାପ୍ରବନ୍ଧକ ସୁଗତୋ ଆନନ୍ଦ ବସୁ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନାଲକୋ ପରିଚାଳନା ନିର୍ଦ୍ଦେଶକ ଙ୍କ ପ୍ରେରିତ ବାର୍ତ୍ତାକୁ ଖଣି ବିଭାଗ ମୂଖ୍ୟ ମହାପ୍ରବନ୍ଧକ ପୁରୁଷୋତ୍ତମ ମହନ୍ତ ପାଠ କରିଥିଲେ। ପାରିପାର୍ଶ୍ବିକ ଅଞ୍ଚଳ ର ୧୦ ଜଣ ବୃଦ୍ଧା ଙ୍କୁ ମାତୃ ସମ୍ମାନ ସୁଚକ ଉପହାର ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ "ନାଲକୋ ର ଅଲିଅଳି କନ୍ୟା" ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ବିଭାଗ ର କର୍ମଚାରୀ ମାନଙ୍କୁ ବିଗତ ଦିନରେ କାର୍ଯ୍ୟ କୁଶଳତା ପାଇଁ ସମ୍ମାନିତ କରାଯାଇଥିଲା। ନାଲକୋ ଅଞ୍ଚଳ ବିକାଶ ରେ ଏକ ମେରୁଦଣ୍ଡ ସଦୃଶ୍ୟ ସହଯୋଗ ର ହାତ ବଢ଼ାଉଛି। ବର୍ତମାନ ନବରତ୍ନ ରୁ ମହାରତ୍ନ ହେବା ପାଇଁ ପ୍ରୟାସ ଜାରି ରହିଛି। ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ଅନେକ କର୍ମ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ଅତିଥି ମାନେ ମତପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ରେ ସମସ୍ତ ମୂଖ୍ୟ ମହାପ୍ରବନ୍ଧକ, ଶ୍ରମିକ ସଂଗଠନ ର କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ରହି ଦ୍ବୀପ ପ୍ରଜ୍ବଳନ ସହ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବରିଷ୍ଠ କର୍ମଚାରୀ ନିର୍ମଳ ରାଉତ ମଞ୍ଚ ପରିଚାଳନା କରିଥିଲେ। ନାଲକୋ ଅଧିକାରୀ ଅରୁଣ ମହାନ୍ତି ଏବଂ ଜନମଙ୍ଗଳ କମିଟି ର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନାଲକୋ ର ସମସ୍ତ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ।

9
60 views