logo

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଙ୍କ ପରଲୋକ !

ଆଠମଲ୍ଲିକ:-(ଧନଞ୍ଜୟ ନାୟକ)ଆଠମଲ୍ଲିକ ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ଚାରିଘରିଆ ସାହି ନିବାସୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବ କୁମାର ଭୁକ୍ତା (୯୩)ବର୍ଷ ଙ୍କ ର ପରଲୋକ ଘଟିଯାଇଛି ! ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ସାରା ଆଠମଲ୍ଲିକ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି ! ସେ ବହୁ ସ୍କୁଲ ରେ ଶିକ୍ଷକତା କରି ବହୁ ମେଧାବୀ ଛାତ୍ର ଛାତ୍ରୀ ଗଢ଼ି ତୋଳିଥୀଲେ ! ସେ ଜଣେ ପରୋପକାରୀ,ମିଷ୍ଟ ଭାଷୀ, ଧର୍ମ ପରାୟଣ, ଛାତ୍ର ବତ୍ସଳ ରେ ସାରା ଆଠମଲ୍ଲିକ ରେ ପରିଚିତ ଥିଲେ ! ମୃତ୍ୟୁ ଶଯ୍ୟା ନିକଟରେ ସହଧର୍ମିଣୀ ଅବଳା ଭୁକ୍ତା,ପୁଅ ବିବେକାନନ୍ଦ ଭୁକ୍ତା,ବୋହୁ ବିଦ୍ୟୁତ ପ୍ରଭା ଭୁକ୍ତା,ସାନ ବୋହୁ ମନ୍ଦାକିନୀ ସାହୁ,ନାତି ବିକି, ଆକାଶ, ପିଣ୍ଟୁ ଙ୍କ ସମେତ ପରିବାର ଉପସ୍ଥିତ ଥିଲେ l ଖବର ପ୍ରଚାରିତ ହେଲା ପରେ ଆଠମଲ୍ଲିକ ଏନଏସି ର ପୂର୍ବତନ ଚେୟାରମ୍ୟାନ ନିହାର ହୋତା, ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ସନ୍ତୋଷ କୁମାର ହୋତା, ଅବସରପ୍ରାପ୍ତ ଶିକ୍ଷକ ଭବାନୀ ଶଙ୍କର ମିଶ୍ର, ବିପିନ ବିହାରୀ ସାହୁ, ବରିଷ୍ଠ ସାମ୍ବାଦିକ ହରପ୍ରସାଦ ମିଶ୍ର ଙ୍କ ସମେତ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନ ରେ ପହଁଚି ଶେଷ ଦର୍ଶନ କରିଥିଲେ !

20
64 views