logo

ଆମ୍ବସରମୁଣ୍ଡା ସେବାଶ୍ରମ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଯାପିତ !

ଆଠମଲ୍ଲିକ:-(ଧନଞ୍ଜୟ ନାୟକ)ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତ ସ୍ଥିତ ଆମ୍ବସରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆ ରେ ସେବାଶ୍ରମ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇ ଦିନିଆଁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆଜି ଅନ୍ତିମ ଦିବସ ରେ ଉଦଯାପିତ ହୋଇଯାଇଛି ! ଆମ୍ବସରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୋମନାଥ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷାବିତ ପ୍ରମୋଦ କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଖେଳ ମାନବ ସମାଜ କୁ ମାନସିକ ବୌଦ୍ଧିକ ଶକ୍ତି ଯୋଗାଇବା ସହିତ ଗାଁ ପୁରପଲ୍ଲୀ ଠାରୁ ଦିଲ୍ଲୀ ସମେତ ଦେଶ ବିଦେଶ ରେ ସମ୍ପର୍କ କିପରି ଯୋଡି ହୁଏ ତାହା ଉପରେ ବିଷଦ ଭାବେ ଛାତ୍ରଛାତ୍ରୀ ଙ୍କୁ ବକ୍ତବ୍ୟ ମାଧ୍ୟମ ରେ ସଚେତନତା ପ୍ରଦାନ କରିଥିଲେ ! ସାମ୍ବାଦିକ କରୁଣାକର ନାୟକ,ଧନଞ୍ଜୟ ନାୟକ ଶିକ୍ଷାବିତ ନିରଞ୍ଜନ ପ୍ରଧାନ,ଶିକ୍ଷୟତ୍ରୀ କ୍ଷୀରଦୀନ ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବବୃବାହାନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରିଥିଲେ ! ସେବାଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୈତାରୀ ପ୍ରଧାନ ସଭାପତିତ୍ବ କାର୍ଯ୍ୟ ତୁଲାଇଥିବା ବେଳେ ସହକାରୀ ଶିକ୍ଷକ ମାନସ ନାୟକ ସ୍ୱାଗତ ଭାଷଣ ଦେଇ ମଞ୍ଚ ପରିଚାଳନା କରିଥିଲେ ! ସହକାରୀ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଶୁଭଶ୍ରୀ ମୁଦୁଲି ଉକ୍ତ କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ଭାବେ ସହଯୋଗ କରିଥିଲେ ! ଏଥିରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ !

12
405 views