logo

ବରପାଲିରେ ଆସନ୍ତା 77ତମ ସାଧାରଣତନ୍ତ୍ର ଦିବସ ପାଲନ ନେଇ ଏକ ବ୍ଳକସ୍ତରୀୟ ପ୍ରସ୍ତୁତି ବୈଠକ

ବରପାଲି , ବରପାଲିରେ ଆସନ୍ତା 77ତମ ସାଧାରଣତନ୍ତ୍ର ଦିବସ ପାଲନ ନେଇ ଏକ ବ୍ଳକସ୍ତରୀୟ ପ୍ରସ୍ତୁତି ବୈଠକ ଗୁରୁବାର ସ୍ଥାନୀୟ ତହସିଲ ଅଫିସ ପ୍ରକେ।ଷ୍ଠରେ ତହସିଲଦାର ରୁକ୍ମଣ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ।ଇଯାଇଛି । ଏହି ବୈଠକରେ ବ୍ଲକ ଅଧିକାରୀ ସୁମନ୍ତ କୁମ୍ଭାର,NAC ଅଧିକାରୀ ଭୂବନ ଶତପଥୀ, ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା,ଡାକ୍ତରଖାନା ମୁଖ୍ୟଚିକିତ୍ସା ଅଧିକାରୀ ରାଜେଶ ବେହେରା,NAC ଅଧ୍ୟକ୍ଷ ଦିନେଶ ଗହୀର,ବ୍ଲକ ଅଧ୍ୟକ୍ଷ ରୀନା ଥଇତ,ଓକିଲ ସଂଘ ସଭାପତି ମନେ।ଜ ପଟ୍ଟନାୟକ,ଗାଲ୍ସ ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ଭୁଏ ଓ ବିଭିନ୍ନ ଅନୁଷ୍ଠାନ ତଥା ଶିକ୍ଷାଦାନ କରୁଥିବା ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ସାଧାରଣତନ୍ତ୍ର ଦିବସ ପାଲନର ସୁନିଶ୍ଚିତ ମତାମତ ଗ୍ରହଣ ପୂର୍ବକ ଏଥର ରାଜନୈତିକ କରଣ କରାନଯାଇ ପୂର୍ବ ଭଲି ପ୍ରଶାସନିକ ସ୍ତରରେ ହେବାକୁ ନିଷ୍ପତ୍ତି ହେ।ଇଥିଲା । ଏପରି ସକାଳ ନଅ'ଟାରେ ମୁଖ୍ୟଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ପୂର୍ବକ ପରେଡରେ ଅଭିବାଦନ ଗ୍ରହଣ କରିବେ । ଅପରପକ୍ଷରେ ସାଧାରଣତନ୍ତ୍ର ଦିବସର ଅବୈହତ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯେ।ଗିତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ସୂଚନାଯୋଗ୍ୟ ଯେ ସାଧାରଣତନ୍ତ୍ର ପାଲନର ପତାକା ଉତ୍ତୋଳନ ବେଲେ ପେଣ୍ଡାଲରେ ମୁଖ୍ୟଅତିଥି ତଥା ପ୍ରଶାସନ ବଦଲରେ କେହି ଅନାବଶ୍ୟକ ଭୀଡ ନକରିବା ସହ ପରେଡ ପଡିଆକୁ କେବଲ ପେ।ଲିସ ବ୍ୟତୀତ ଅନାମଧେୟ ବ୍ୟକ୍ତି ପ୍ରବେଶ ମନା ପାଇଁ ସଚେତନ କରାଯାଇଛି ।

88
1636 views