logo

ସଂସଦୀୟ କ୍ଷେତ୍ର ସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ

ସଂସଦୀୟ କ୍ଷେତ୍ର ସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ

ବରଗଡ଼, ୭ ଜାନୁଆରୀ ୨୦୨୬
ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରହିତଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସଡକ ସୁରକ୍ଷା ଉପରେ ସଂସଦୀୟ ନିର୍ବାଚନ ମଣ୍ଡଳୀ ସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ମାନ୍ୟବର ଭଟଲି ବିଧାୟକଙ୍କ ପ୍ରତିନିଧି, ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମସ୍ତ ସଦସ୍ୟ , ଏନଏଚଏଆଇ, ଟାଟା ପାୱାର, ପୌରପାଳିକା, ଏବଂ ବରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀମାନେ ଉକ୍ତ ବୈଠକରେ ଉପସ୍ଥିତ ଥିବାବେଳେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସବୁଆ ମାଝି ସଡ଼କ ସୁରକ୍ଷା ନିମିତ୍ତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବା ସହ ଜିଲ୍ଲାର ଦୁର୍ଘଟଣା ସମାପର୍କିତ ତଥ୍ୟ ଏବଂ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ, ହେଲମେଟ୍ ଆଇନ ଲାଗୁ କରିବା, ହାଇୱେ ଇଣ୍ଟରସେପ୍ଟର ପାଇଁ ମାନକ କାର୍ଯ୍ୟ ପ୍ରଣାଳୀ କାର୍ଯ୍ୟକାରୀ କରିବା, ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ ଏବଂ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ, ମୋଟର ଯାନ ରାଜସ୍ୱ ସଂଗ୍ରହର ଏକ ତୁଳନାତ୍ମକ ବିବୃତ୍ତି କମିଟି ସମ୍ମୁଖରେ ଉପସ୍ଥାପନ କରିଥିଲେ ।
ମାନ୍ୟବର ସାଂସଦ ଏବଂ ସଡ଼କ ସୁରକ୍ଷା କମିଟି ବିଗତ ଆର୍ଥିକ ବର୍ଷରେ କରାଯାଇଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଓଭରଲୋଡିଂ, ବିନା ପରମିଟ୍ ଯାନ ଏବଂ ମଦ୍ୟପାନ କରି ଗାଡି ଚାଳନା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ, ଶୂନ୍ୟ ସହନଶୀଳତା ଦିବସ ଏବଂ ଗୁଡ୍ ସାମାରିଟାନ୍ ନୀତିରେ ଆର୍ଥିକ ପୁରସ୍କାର ପ୍ରଦାନ ବିଷୟରେ ଆଲୋଚନା କରିଥିଲେ ।
ସଭାକୁ ସମ୍ବୋଧିତ କରି ମାନ୍ୟବର ସାଂସଦ ଶ୍ରୀ ପୁରହିତ ସମସ୍ତ ବିଭାଗ ମଧ୍ୟରେ ସମନ୍ୱିତ ରଖି ଟ୍ରାଫିକ ଆଇନର କଡ଼ାକଡ଼ି ଅନୁପାଳନ, ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ କରିବା ପାଇଁ ନିରନ୍ତର ଜନସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଦୁର୍ଘଟଣା ପ୍ରବଣ ବ୍ଲାକ୍ ସ୍ପଟ୍ ଉପରେ କେନ୍ଦ୍ରିତ କାର୍ଯ୍ୟାନୁଷ୍ଠାନ, ମଦ୍ୟପାନ ଓ ବେପରୁଆ ଗାଡି ଚାଳନା ରୋକିବା ଏବଂ ସଡ଼କ ସୁରକ୍ଷା ଭିତ୍ତିଭୂମିର ଉନ୍ନତି ଉପରେ ଗୁରୁତ୍ବାରୋପ କରିଥିଲେ।

12
560 views