logo

ପୋଖରୀ କୁ ଗାଧୋଇ ବାକୁ ଯାଇ ବୃଦ୍ଧ ପୂଜକ ମୃତ

ଖୋର୍ଦ୍ଧା,୭.୧.୨୬(ଏ.ଆଇ.ଏମ.ଏ) ପୋଖରୀରେ ବୁଡ଼ି ଜଣେ ବୃଦ୍ଧ ପୂଜକ ଙ୍କ ମୃତ ହୋଇଥିବା ଦେଖିବାକୁ ମିଳିଛି l ବୃଦ୍ଧ ପୂଜକ ଜଣକ ଡିଆ ବାଲିଗାଁ ଗ୍ରାମ ର ଆର୍ତ୍ତତ୍ରାଣ ମହାପାତ୍ର (୮୦)l ଆଜି ସକାଳେ ନିଜ ଗାଁ ପୋଖରୀ କୁ ଗାଧୋଇ ବାକୁ ଯାଇଥିବା ବେଳେ ଘରକୁ ଫେରି ନଥିଲେ l ପରିବାର ଖୋଜାଖୋଜି କରିବା ପରେ ପାଣିରେ ବୁଡ଼ି ଯାଇଥିବା ଜାଣିବାକୁ ପାଇଥିଲେ l ସ୍ଥାନୀୟ ଲୋକଙ୍କ ସହାୟତା ରେ ତାଙ୍କୁ ପାଣିରୁ ଉଦ୍ଧାର ଉଦ୍ୟମ ଜାରି ରଖିଥିବା ସମୟରେ ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଉଧାର କାର୍ଯ୍ୟରେ ସହଯୋଗ କରିଥିଲେ l ସେଠାରୁ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏନେଇ ନିରାକାର ପୁର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ପରେ ବ୍ୟବଛେଦ ପାଇଁ ସେଠାରୁ ଖୋର୍ଦ୍ଧା ମେଡିକାଲ କୁ ପଠାଯାଇଛି l ଡିଆ କପିଳେଶ୍ୱର ଙ୍କ ପୁଜକ ଭାବେ ସେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଅଞ୍ଚଳରେ ତଥା ଭକ୍ତ ମହଲରେ ଶୋକର ଛାୟା ଖେଳିଯାଇଛି।ପୂଜକ ଜଣକ ଗରିବ ଶ୍ରେଣୀୟ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ପାଇଁ ଦାବୀ ହୋଇଛି l

37
1112 views