logo

ବାଂଶପାଳ ବ୍ଲକ ଜନ୍ତାରିରେ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ।

*ବାଂଶପାଳ ବ୍ଲକ ଜନ୍ତାରିରେ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ l*

କେନ୍ଦୁଝର, ୬/୧: କେନ୍ଦୁଝର ଜ଼ିଲ୍ଲାର ବାଂଶପାଳ ବ୍ଲକ ବାରାଗୋଡା ଗ୍ରାମ ପଂଚାୟତର ଜନ୍ତାରି ଗ୍ରାମରେ ମା ରଙ୍ଗାପାଟ ଏକାଦଶ କ୍ରିକେଟ କ୍ଲବ ପକ୍ଷରୁ ଗତ ୨୬ ତାରିଖରୁ ଏହି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଇଯାଇଛି l ସମୁଦାୟ ୧୬ ଗୋଟି କ୍ରିକେଟ ଦଳ ଭାଗ ନେଇଥିଲେ l ଆଜି ଫାଇନାଲରେ ଡିମ୍ବୋ ଏକାଦଶ ସହିତ ସାନକମୁଣ୍ଡ୍ରା ଏକାଦଶ ସହିତ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ୧୫ ଓଭର ଖେଳରେ ପ୍ରଥମ ବ୍ୟାଟିଂ କରି ଡିମ୍ବୋ ଏକାଦଶ ୨୨୧ ରନ କରିଥିବା ବେଳେ ସାନକମୁଣ୍ଡ୍ରା ଏକାଦଶ ୧୪ ଓଭର ଗୋଟିଏ ବଲରେ ସମସ୍ତ ଖେଳାଳି ୧୮୧ ରନ କରି ୱାଉଟ ହୋଇ ଯାଇଥିଲେ l ୪୦ ରନରେ ଡିମ୍ବୋ ଏକାଦଶ ସାନକମୁଣ୍ଡ୍ରା ଏକାଦଶ ଠାରୁ ବିଜୟୀ ହୋଇଥିଲା l ଏହି ଫାଇନାଲ ମ୍ୟାଚରେ ବିଜୟୀ ଦଳ ଡିମ୍ବୋ ଏକାଦଶ ଦଳକୁ ୧୫,୦୦୦ ଟଙ୍କା ସହିତ କପ ଏବଂ ରନର୍ସ ଦଳ ସାନକମୁଣ୍ଡ୍ରା ଏକାଦଶ ଦଳକୁ ୧୦,୦୦୦ ଟଙ୍କା ସହିତ କପ ପ୍ରଦାନ କରାଯାଇଥିଲା l ଏହି ଉଦଯାପନ କାର୍ଯ୍ୟକ୍ରମରେ ଅନୁଷ୍ଠାନ ସଭାପତି ପଦ୍ମଲୋଚନ ପାତ୍ର ସଭାପତିତ୍ବ କରିଥିଲେ l ତେଲକୋଇ ଯୁବ କଂଗ୍ରେସ ସଭାପତି ଗୌରହରି ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ l ମୁଖ୍ୟଅତିଥି ଭାବେ ଓଡିଶା ପ୍ରଦେଶ କଂଗ୍ରେସ ପୂର୍ବତନ ସମ୍ପାଦକ ସଂଗ୍ରାମ ଦାସ ଯୋଗ ଦେଇଥିବା ବେଳେ ପୂର୍ବତନ କେନ୍ଦୁଝର କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପାତ୍ର, ପ୍ରାଣବିନ୍ଧୁ ଏବଂ ବିଭୀଷଣ ଯୁଆଙ୍ଗ ଯୋଗ ଦେଇଥିଲେ l ଶେଷରେ ଅନୁଷ୍ଠାନର ସମ୍ପାଦକ ମିଥୁନ ନାଏକ ଧନ୍ୟବାଦ ଦେଇଥିଲେ l

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

21
869 views