ମୋ ଅନାବନା ଗୀତ (୧) - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।
ମୋ ଅନାବନା ଗୀତ (୧)
କେଏଁ କଟର
ଜାଣ ଏକ ଦଶ ଆଠ ଅଠର
ପଣିକିଆ ଘୋଷି ଦିଅ
ଗଣିତ ଭଲ ନା ସାହିତ୍ୟ ଭଲ
କହିଦେଉ ସୁନାଝିଅ
ଉତ୍ତରଟି ଶୁଣିନିଅ ।
କେଏଁ କଟର
ସଡକରେ ଯାଏ ଗାଡ଼ିମଟର
ରାସ୍ତାର ନିୟମ ଜାଣ
ଏଡ଼େଇ ପାରିବା ଦୁର୍ଘଟଣାକୁ
କମିବ ତା ପରିମାଣ
ବିପଦକୁ ନ ଟାଣ।
କେଏଁ କଟର
ଭଲ ହସ୍ତାକ୍ଷର ଆମ ନଟର
ଗୋଲ୍ ଗୋଲ୍ କରି ଲେଖେ
ତା ସାନଭଉଣୀ ନୀରାଟା ବସି
ଗୋଲ୍ ଅକ୍ଷରକୁ ଦେଖେ
ମଥାଟି ଜମା ନ ଟେକେ ।
କେଏଁ କଟର
ଘୁଙ୍ଗୁଡ଼ି ମାରେ କେ ଶୋଇ ଖଟର
ପାଖରେ ଶୋଇଛି ଯିଏ
ନିଦ ହେଉନାହିଁ ସେ ଛଟପଟ
କେମିତି ଶୋଇବ ସିଏ
ଉପାୟ କହିବ କିଏ ।
ନୀଳମଣି ଚାନ୍ଦ
ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର
କେନ୍ଦୁଝର,ମୋ:୯୫୮୩୨୦୨୩୫୭