
ପଡୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରସ୍କାର ନିଧି ଉଦଘାଟିତ।
ପଡୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରସ୍କାର ନିଧି ଉଦଘାଟିତ।
ଚମ୍ପୁଆ - ୪/୧,ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ପଡୁଆ ଗ୍ରାମ ପଡୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରସ୍କାର ନିଧି ଉଦଘାଟନ ଓ ବନ୍ଧୁ ମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହ ରେ ଉଦଘାଟିତ ହୋଇଯାଇଛି l ଆୟୋଜିତ ପୁରସ୍କାର ନିଧି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଅନାଦି ଚରଣ ମହାନ୍ତ ସଭାପତିତ୍ୱ କରିଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଡାକ୍ତର ନିରଞ୍ଜନ ଓଝା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼କ୍ଟର ରାମଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବୈଲୋଚନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସତ୍ୟନାରାୟଣ ମହାନ୍ତ, ବିଦ୍ୟାଳୟର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଗଣେଶ୍ୱର ସାହୁ, ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ଦ୍ୱିବେଦୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତବତ୍ସଳ ମହାନ୍ତ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତା ମନୋଭାବ ନେଇ ଛାତ୍ର ଛାତ୍ରୀମାନେ ଆଗକୁ ବଢ଼ିବାକୁ ଦିଗଦର୍ଶନ ଦେଇ ଛାତ୍ର ଓ ଶିକ୍ଷକ ମଧ୍ୟରେ ପବିତ୍ର ସମ୍ପର୍କ ସୃଷ୍ଟି ହେଉ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ପୂର୍ବତନ ହିନ୍ଦୀ ଶିକ୍ଷକ ଗଣେଶ୍ୱର ସାହୁ ପ୍ରଦତ୍ତ ଏକ ଲକ୍ଷ ଟଙ୍କାର ଅର୍ଥ ରାଶିରେ
ଛାତ୍ର ଛାତ୍ରୀଙ୍କ ଉଦ୍ୟେଶରେ ପୁରସ୍କାର ଯୋଜନା "ଗଣେଶ୍ୱର ସାହୁ ମେମୋରିଆଲ ଟ୍ରଷ୍ଟ ଫଣ୍ଡ "କୁ ଅତିଥିମାନେ ଉଦଘାଟିତ କରିଥିଲେ l ଏହି ଅର୍ଥ ରାଶିର ବାର୍ଷିକ ସୁଧ ବିଦ୍ୟାଳୟର ପ୍ରତିଭାବାନ ଛାତ୍ର ଛାତ୍ରୀମାନଙ୍କୁ ବାର୍ଷିକ ଉତ୍ସବରେ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା l କାର୍ଯ୍ୟକ୍ରମକୁ ଶିକ୍ଷକ ଦଶରଥ ମହାନ୍ତ ସଂଯୋଜନା କରି ପରିଚାଳନା କରିଥିଲେ ଓ ଗଣେଶ୍ୱର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରଥମେ ଅତିଥିମାନେ କେନ୍ଦୁଝରର ରାଷ୍ଟ୍ର ଦେବୀ ମା 'ତାରିଣୀ ଓ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ, ପ୍ରଦୀପ ପର୍ଯ୍ୟଳନ ପରେ ସଭା ଆରମ୍ଭ କରାଯାଇଥିଲା l ବିଦ୍ୟାଳୟ ର ଦିଗମ୍ବତ ଶିକ୍ଷକ, ଛାତ୍ରଛାତ୍ରୀ ଙ୍କ ଉଦ୍ୟେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ, ଅଞ୍ଚଳ ର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଅତିଥିମାନେ ସମର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ, ଗ୍ରାମବାସୀ ତଥା ଅଞ୍ଚଳରୁ ବହୁ ବ୍ୟକ୍ତି ବିଶେଷ ମାନଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।