logo

ନୂଆପଡା ଠାରେ ବ୍ଲକ ସ୍ତରୀୟ ୱାଟରସେଡ଼ ମହୋତ୍ସବ।

ନୂଆପଡା ଠାରେ ବ୍ଲକ ସ୍ତରୀୟ ୱାଟରସେଡ଼ ମହୋତ୍ସବ।

ପାଟଣା-୪/୧, କେନ୍ଦ୍ର ସରକାରଙ୍କ କୃଷି ସଞ୍ଚାର ଯୋଜନା ଅନ୍ତର୍ଗତ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗ କେନ୍ଦୁଝର ଙ୍କ ପକ୍ଷରୁ ଆଜି ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ନୂଆପଡା ଠାରେ ରେ ୱାଟରସେଡ଼ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ସେନାପତି ଙ୍କ ସଭାପତିତ୍ୱରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ରେ ମୃତ୍ତିକା ସଂରକ୍ଷଣ ଓ ଜଳ ସଂରକ୍ଷଣ,ସ୍ୱଳ୍ପ ଜଳରେ କୃଷି ଉତ୍ପାଦନ ସହିତ ଆତ୍ମ ନିର୍ଭରଶୀଳତା ଓ ଏହାର ଲାଭ କିପରି ପାଇ ପାରିବେ ସେବିଷୟରେ ବାର୍ତ୍ତା ଦିଆଯାଇଥିଲା।ପୋଖରୀ ଖନନ ,ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ଉପରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମ କୁ ଚନ୍ଦ୍ରଭାନୁ ମହାକୁଡ଼ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ସାଂସଦ ଙ୍କ ପାଟଣା ବ୍ଲକ ପ୍ରତିନିଧି ପ୍ରହ୍ଲାଦ ପଲେଇ, ବିଧାୟକ ଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ,ବ୍ଲକ ସହକାରୀ କୃଷି ଅଧିକାରୀ ଦେବାର୍ଚ୍ଚନ ଦ୍ବିବେଦୀ, କେବିକେ ବୈଜ୍ଞାନିକ ନିଗମାନନ୍ଦ ବେହେରା,ସହକାରୀ ଉଦ୍ୟାନ କୃଷି ଅଧିକାରୀ ତପନ କୁମାର ସେଠୀ, ଚିନାମାଳିପଶି ସରପଞ୍ଚ ଝୁମିତା ନାୟକ, ସମିତି ସଭ୍ୟ ଚନ୍ଦ୍ରମଣି ପାତ୍ର ପ୍ରମୁଖ ଯୋଗ ଦେଇ ମୃତ୍ତିକା ସଂରକ୍ଷଣ, ବର୍ଷା ଜଳ ସଂଗ୍ରହ, ଜଳ ଉତ୍ସର ଆବଶ୍ୟକତା, ଓ ଏହାର ସଠିକ ଉପଯୋଗ ସହିତ ଆତ୍ମ ନିର୍ଭରଶୀଳ ହେବା ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ବିଭାଗୀୟ ଯୋଜନାର ଗୁଡିକ ର ଲାଭ ନେବା ସହିତ ଏହାର କିପରି ଉପଯୋଗ କରିବେ ସେ ବିଷୟରେ ସୂଚନା ଦେଇଥିଲେ।ଆୟୋଜିତ ସଭାରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦୀପ୍ତିମୟୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ କୁ ବନମାଳୀ ପାତ୍ର,ପ୍ରଦୀପ କୁମାର ରାଉତ,ସୋନାଲି ସିଂ,ରୋହିତ କୁମାର ନାଏକ, ସୁଖିମଣି ସୋରେନ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ।

ବିଜୟ ରତ୍ନ ପତିଙ୍କ ରିପୋର୍ଟ।

27
1557 views