ଏଇତ ଜୀବନ - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।
*ଏଇତ ଜୀବନ*
ଏଇତ ଜୀବନ ଯେଉଁଠାରେ
ଭରି ରହିଅଛି ଅଭାବ ଅସୁବିଧା
ଆଉ ଅନାଟନ ର କଷଣ
ଏଇତ ଜୀବନ ....... I
ମାଆର କୋଳ ଛାଡ଼ିବା ବେଳରୁ
ଅଙ୍ଗନବାଡିର ସୁଲଭ ଆହାର
କରି ପାରିଲାନି ଆକର୍ଷଣ
ଏଇତ ଜୀବନ....... I
ସହର କୂଳରେ ଅଳିଆ ଗଦାରେ
ନିଜ ବାପା ଭାଇ ସାଙ୍ଗରେ ମିଶିଣ
କରୁଅଛନ୍ତି ହୀରା ର ସନ୍ଧାନ
ଏଇତ ଜୀବନ ........ I
ବିଦ୍ୟାଳୟ ଗଲେ ମାଗଣାରେ ପରା
ମିଳୁଅଛି ଭାତ ଅଣ୍ଡା ତିଅଣ
ସୋୟା ବଡ଼ି, ଲଡ଼ୁ କେତେ କଅଣ
ଏଇତ ଜୀବନ........... I
ଏଇମାନେ ପରା ଆମ ଭବିଷ୍ୟତ
ତାଙ୍କ ପରେ ଦେଶ ନିୟନ୍ତ୍ରିତ
ଦିନ ସାରାକରନ୍ତି ହୀରାରସନ୍ଧାନ
ଏଇତ ଜୀବନ ....... I
ହଜିଲା ଧନକୁ ଖୋଜୁଛନ୍ତି ଏଠି
କୋମଳ ମତି ପାଞ୍ଚ ଜଣ
କେମିତି ଡେଇଁବେ ବିଚାର କରନ୍ତି
ଫାଟକ ପାଖରେ ତିନିଜଣ
ଏଇତ ଜୀବନ ........ I
ମିଳିଗଲେ ଧନ ଖୁସିରେ ନାଚଇ
ଟେଳୁ କନା ଧରି ଆଗ୍ରହର ସହ
କରୁଥାନ୍ତି ମୁଖେ ଆଚମ୍ବନ
ଏଇତ ଜୀବନ .......... I
ପଡିଯିବେ ପୁଣି ହୋଇ ଚେତା ଶୁନ୍ୟ କଟେ ଏହିପରି ନିତି ନିତି ତାଙ୍କ ଦିନ
ବୁଦ୍ଧି ଦିଶେ ନାହିଁ ଆନ
ଏଇତ ଜୀବନ ........ I
ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ, ଭୀମପୁର,
ମୋବାଇଲ: 88959 74011