ନୀରବତାର ସ୍ୱର - ଡ. ଶୁଭେନ୍ଦୁ ମେହେର ଙ୍କ ଦ୍ଵାରା ରଚିତ କବିତା।
ନୀରବତାର ସ୍ୱର
************
ନିଶ୍ଚଳ ନୀରବ ନଈଧାରେ ପରି ନମ୍ରତାର ନିଧୂବାଳା
ନଇଁଯାଏ ସିଏ ନଭମଣ୍ଡଳେ ନୀଳ ନୀଳିମାର ଖେଳା ।
ନୀରବ ଓଠରେ ବାରିହୁଏ ତା'ର ସମ୍ଭାବନାର ସ୍ୱର
ଆଖି ଦୁଇରେ ସେ' ଇଙ୍ଗିତ ନ କରି ପିଆଏ ପ୍ରେମ ଜହର ।।
ଅବ୍ୟକ୍ତ ଭାବକୁ ବୁଝାଇ ବୁଝେ ସେ' ହୃଦୟର ଇସ୍ତାହାର
ଆପଣାର ଠାରୁ ଅତି ଆପଣାର ମୁଗ୍ଧ
ମଧୁର ସ୍ୱର ।
ଭାବ ଭଉଁରୀରେ ଛନ୍ଦିଦେଇ ସେ' ବନ୍ଦୀ ହୁଏ ମୋ' ଦେଶେ
ପ୍ରେମ କାଉଁରୀର ସ୍ପର୍ଶ ଆଶାରେ ଆଶ୍ରିତ ମଧୁ ରାସେ ।।
ପ୍ରୀତି ମେଖଳାରେ ନିତି ଶୃଙ୍ଖଳା ଥୋଇଦେଇ ଆସେ ଚାଲି
ଦେହରେ ଉତ୍ତାପ ଭରିଦିଏ ମୋ'ର
କୋଟି ଲେଲିହାନ ଜାଳି ।
ଧିର ମନ୍ଥର ଗତିରେ ତାହାର ହୃଦ କନ୍ଦର ଭିଜେ
କହିବି କହିବି ହୋଇ ପୁଣି ସିଏ କହିତ ପାରେନି ଲାଜେ ।।
କହିବା ଆଗରୁ ସବୁ ବୁଝିଯାଏ ଭାବନା ଭାବ ମଧୁର
ବୁଝିବା ଆଗରୁ ବୁଝାଇ ଦିଏ ସେ' ତା'ର ନୀରବତା ସ୍ୱର ।।
ଡ. ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ମୋ -9938433664