logo

ନୂତନ ଥାନାଧିକାରୀଙ୍କୁ ସାକ୍ଷାତ କଲେ ପାଟଣା ପ୍ରେସ କ୍ଳବ ସଦସ୍ୟ।

ନୂତନ ଥାନାଧିକାରୀଙ୍କୁ ସାକ୍ଷାତ କଲେ ପାଟଣା ପ୍ରେସ କ୍ଳବ ସଦସ୍ୟ।

ପାଟଣା - ୩/୧, ପାଟଣା ଥାନାରେ ନୂତନ ଥାନାଧିକାରୀ ଭାବେ କିରଣ ପ୍ରସାଦ ସାହୁ କାର୍ଯ୍ୟରେ ଯୋଗ କରିଛନ୍ତି। ଏହି ଅବସରରେ ଆଜି ପାଟଣା ପ୍ରେସ କ୍ଳବର ସଭାପତି କିଶୋର ଚନ୍ଦ୍ର ମହାନ୍ତ ଓ ସମ୍ପାଦକ ବିଜୟ ରତ୍ନ ପତି ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂତନ ଥାନାଧିକାରୀ କିରଣ ପ୍ରସାଦ ସାହୁଙ୍କୁ ପାଟଣା ଥାନା କୁ ଯାଇ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି।ଆଇନ ଶୃଙ୍ଖଳା ରକ୍ଷା, ବିଭିନ୍ନ ସାମାଜିକ, ଅସାମାଜିକ କାର୍ଯ୍ୟ କଳାପ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପାଟଣା ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ଉପରେ ସେ ଗୁରୁତ୍ୱ ଦେବା ସହ ବେଆଇନ କାର୍ଯ୍ୟ କଳାପ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରିବେ ବୋଲି ଥାନାଧିକାରୀ କହିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

30
1397 views