logo

ଅଭୁଲା ଗୋଟିଏ ନାଆଁ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ଅଭୁଲା ଗୋଟିଏ ନାଆଁ
ନୀଳମଣି ଚାନ୍ଦ

ଆମରି ଜିଲ୍ଲାରେ ସାଇଁକୂଳ ଗାଆଁ
ଯାଇଥିଲି ଦିନେ ବୁଲି
ଶଙ୍କର୍ଷଣ ପଟ୍ଟନାୟକଙ୍କ ଗାଆଁ
କେମିତି ଯିବିରେ ଭୁଲି ।

ରାଜାଙ୍କର କୁଶାସନ ବିରୁଦ୍ଧରେ
ଉଠେଇଥିଲେ ସେ ସ୍ୱର
ପନ୍ଦର ବର୍ଷରେ ପଢ଼ାରେ ତାଙ୍କର
ବନ୍ଧା ହୋଇଥିଲା ଡୋର ।

କଂଗ୍ରେସର ଆନ୍ଦୋଳନରେ ସିଏରେ
ସାମିଲ ସିନା ତ ହେଲେ
କିଛିଦିନ ପାଇଁ କର୍ମଭୂମି ଭାବେ
ଭଦ୍ରକକୁ ବାଛିନେଲେ ।

ରହିଥିଲେ ମହତାବଙ୍କର ଘରେ
ଅନୁପ୍ରାଣିତ ଯେ ହୋଇ
ଯୋଗ ଦେଇ ଲବଣ ସତ୍ୟାଗ୍ରହରେ
ଜେଲ୍ ଖଟିଲେ ଯାଇ।

ସ୍ୱାଧୀନତା ଆନ୍ଦୋଳନରେ ସାମିଲ
ତାଙ୍କୁ ସଂଗ୍ରାମୀଟି କଲା
ଛଅ ଥର ଜେଲ୍ ଭୋଗିଥିଲେ ସିଏ
ଜୀବନଟି କଟିଗଲା।

ଜୀବନର ଶେଷକାଳରେ ସିଏରେ
ଦେଶସେବା କାର୍ଯ୍ୟ ପାଇଁ
ନିଜକୁ ଉତ୍ସର୍ଗ କରିଥିଲେ ସିଏ
ଇତିହାସ ଭୁଲି ନାହିଁ ।

ଅଠେଇଶ ବର୍ଷ ହେଲାଣି ଯିବାର
ଭୁଲି ନାହିଁ ତାଙ୍କୁ ଗାଆଁ
ଅନେକ ମଣିଷ ଭିତରେ ଏବେ ବି
ଅଭୁଲା ଗୋଟିଏ ନାଆଁ ।

ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭

30
800 views