logo

ଧିକ୍ ତା ଜନମ ହେବା - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।

ଧିକ୍ ତା ଜନମ ହେବା

ସଂସାର କରି ମା ସାରାଜୀବନ ଟା
ପରିବାର ପାଇଁ ସାରିଛି
ପିଲାମାନେ ତା'ର ସୁଖେ ରହିବାକୁ
ଜଗା କାଳିଆ କୁ ଡାକିଛି।

ଉତ୍ତର ବୟସେ ଆଜି ମା ଅଲୋଡା
ମା ଡାକ ଆଉ ଶୁଭେନି
ମା ଯେବେ ଡାକେ ଶୁଣୁରେ ଧନ
କାନରେ କାହାର ଵାଜେନି।

ରକତ ନିଗାଡି ଦୁନିଆ ଦେଖାଇ
ମାଆ ରହେ ଉପାସରେ
କାହାରି ଉପରେ ନାହିଁ ଅଭିଯୋଗ
ନୟନରୁ ଲୁହ ଝାରେ।

ମାଆ ର ମମତା ଝରଣା ର ସମ
ଝରୁଥାଏ ସବୁ ବେଳେ
ଭଲ କିଏ ପାଉ ଭଲ କେ ନପାଉ
ଖାତିରି ନକରେ ତିଳେ।

ମା କୋଳେ ଜନ୍ମି ମା କୋଳେ ବଢ଼ି
ନକରେ ଯେ ମା ସେବା
ଧିକ ସେ ସନ୍ତାନ ଧିକ ତା ଜୀବନ
ଧିକ ତା ଜନମ ହେବା ।

ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
ହୁଡୁକୋ କଲୋନୀ
କେନ୍ଦୁଝର
ମୋବାଇଲ: 87631 58585

16
1635 views