logo

ମହାବାହୁ - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

*ମହାବାହୁ*

ଆହେ ମହାବାହୁ ତୁମରି ବାହୁରେ
ଏ ଦିନକୁ ରକ୍ଷାକର,
ଯେତେଦୋଷାଦୋଷ ମାର୍ଜନାକରିବ
ଏତିକି ମାଗୁଣି ମୋର I
ତୁମ ଦାଣ୍ଡ ପରା ଅଟେ ବଡ଼ ଦାଣ୍ଡ
ପ୍ରସାଦ ମହାପ୍ରସାଦ,
ତୁମରି ଦେଉଳ ବଡ଼ ଦେଉଳ ହେ
ଦର୍ଶନେ କଟେ ପ୍ରମାଦ I
ଏଇ ଦୁନିଆଁରେ ବଢେ ପାପଭାର
ଚାରିଆଡେ ଖାଲି ଦୁଃଖ ,
ସ୍ତ୍ରୀ ଭଗ୍ନୀ ଝିଅ ରକ୍ଷା ପାନ୍ତି ନାହିଁ
ବଲାତ୍କାରୀ ଟି ନୃଶଂସ I
ବିନାଶ କର ହେ ସମାଜରୁ ପାପ
ଦିଅ ତାଙ୍କୁ ସଦ ବୁଦ୍ଧି,
କାମନା ବାସନା ଚରିତାର୍ଥ ପାଇଁ
ହତ ହୁଏ ତାଙ୍କ ବୁଦ୍ଧି I
ଆହେ ମହାବାହୁ ଛବିଶ ରେ ତୁମେ
ଦେଖାଅନି ଅପକର୍ମ,
ସତ୍ୟ ଶାନ୍ତି ଦୟା କ୍ଷମାର ଗୁଣରେ
ପାଳନ୍ତୁ ନିଜର ଧର୍ମ I
ନୂଆ ବରଷର ନୂତନ ସ୍ପର୍ଶରେ
ଭରିଦିଅ ନୂଆ ଭାବ ,
କୁକର୍ମ ନ କରି ସୁକର୍ମ ଦିଗରେ
ତାଙ୍କୁ ବାଟ କଢ଼ାଇବ I

ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ, ଭୀମପୁର
ମୋବାଇଲ: 88959 74011

21
1267 views