
ପାଟଣା ରେ ଖୋଲିଲା ଧାନ ମଣ୍ଡି ପ୍ରଥମ ଦିନରେ ୩ ଶହ କୁଇଣ୍ଟାଲ ଧାନ କିଣିଲା ଲ୍ୟାମ୍ପ।
ପାଟଣା ରେ ଖୋଲିଲା ଧାନ ମଣ୍ଡି ପ୍ରଥମ ଦିନରେ ୩ ଶହ କୁଇଣ୍ଟାଲ ଧାନ କିଣିଲା ଲ୍ୟାମ୍ପ।
ପାଟଣା-୨/୧, ପାଟଣା ବ୍ଲକ ମୁଖ୍ୟାଳୟ ରେ ଗୁରୁବାର ଦିନ ପାଟଣା ଲ୍ୟାସମ୍ପ ଦ୍ୱାରା ଖରିଫ ଋତୁ ସକାଶେ ଧାନ କ୍ରୟ କରିବା ପାଇଁ ଆଜି ବିଧିବଦ୍ଧ ଭାବେ ଧାନମଣ୍ଡି ଖୋଲିଛି।ଏହି ଧାନ ମଣ୍ଡି କୁ ଆନୁଷ୍ଠାନିକ ଭାବେ କେନ୍ଦୁଝର ସାଂସଦ ଙ୍କ ପାଟଣା ବ୍ଲକ ପ୍ରତିନିଧି ପ୍ରହ୍ଲାଦ ପଲେଇ,ପାଟଣା ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ ଦାଶ ପୂଜାର୍ଚ୍ଚନା କରି ନଡ଼ିଆ ପିଟି ଶୁଭ ଉଦଘାଟନ କରିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ବଡ଼ପାଟଣା,ଟାଙ୍ଗରପଡା, ଓ ମିରିଗିଖୋଜି ପଞ୍ଚାୟତ ର ଚାଷୀମାନେ ଏଠାରେ ଧନ ବିକ୍ରୀ କରି ପାରିବେ।ପାଟଣା ଲ୍ୟାମ୍ପ ଅଧୀନରେ 1170 ଜଣ ଚାଷୀ ରେଜୀଷ୍ଟ୍ରେସନ କରିଥିବା ବେଳେ ଆଜି ସୁଦ୍ଧା 7 ଶହ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଛନ୍ତି। ଧାନ ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମ ରେ କେନ୍ଦୁଝର ସମବାୟ ସମିତି ସହକାରୀ ନିବନ୍ଧକ ସୁଦର୍ଶନ ନାଏକ, ଏସ ଆର ସୁଶୀଲ କୁମାର ନାଏକ, ପାଟଣା ବ୍ଲକ ଯୋଗାଣ ନିରୀକ୍ଷକ ଦିବ୍ୟରାଜ ଭୋଇ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ଵାନାଥ ନାୟକ, କୃଷକ ନେତା କୃଷ୍ଣଚନ୍ଦ୍ର ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ,ବଡପାଟଣା ସରପଞ୍ଚ ବିନତୀ ବାନରା , ପାଟଣା ସମବାୟ ସମିତି ସଭାପତି ରାମ ଚନ୍ଦ୍ର ନାୟକ, ଲ୍ୟାମ୍ପ୍ ପରିଚାଳକ ହରମୋହନ ମହନ୍ତ ଙ୍କ ସହିତ ଲ୍ୟାମ୍ପ ଡ଼ାଇରେକ୍ଟର ଓ ଚାଷୀ ମାନେ ଉପସ୍ଥିତ ଥିଲେ। ପାଟଣା ମଣ୍ଡି ରେ ଆଜି 9 ଜଣ ଚାଷୀ ଙ୍କ ଠାରୁ ମୋଟ 3 ଶହ 2 କ୍ୟୁଣ୍ଟାଲ ଧାନ କ୍ରୟ କରାଯାଇଛି।ଯେଉଁ ଚାଷୀ ମାନେ ସରକାରଙ୍କ ଦ୍ବାରା ଟୋକାନ ଲାଭ କରିଥିବେ ସେମାନେ ନିକଟସ୍ଥ ଧାନ ମଣ୍ଡିରେ ଧାନ ବିକ୍ରୟ କରି ପାରିବେ।ଏହି କେନ୍ଦ୍ର ଗୁଡିକ ହେଲା ଏରେଣ୍ଡେଇ, କେନ୍ଦେଇପଶି, ରାଜନଗର,ଚେମେଣା, ବାଉଁଶୁଳି, ଜମୁନାପଶି।ଏହି କେନ୍ଦ୍ର ଗୁଡିକରେ ଚାଷୀ ମାନେ ଯୋଗାଯୋଗ କରି ଧାନ ବିକ୍ରୟ କରି ପାରିବେ ବୋଲି ଜିଲ୍ଲା ସମବାୟ ସମିତି ତରଫରୁ ସୂଚନା ଦେଇଛନ୍ତି।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।