logo

ବକ୍ସିବାରିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ବକ୍ସିବାରିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।
***************************
କେନ୍ଦୁଝର ଜିଲ୍ଲା ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ବକ୍ସିବାରିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହିତ ହରିଚନ୍ଦନପୁର ବ୍ଲକ ବିଡିଓ ଶ୍ରୀଯୁକ୍ତ ମଳୟ କୁମାର ନାଏକ ଙ୍କ କରକୋମଳ ରେ ଉଦ୍ଘାଟିତ ହୋଇଥିଲା ସଂନ୍ଧ୍ଯା କାଳୀନ ସଭାକାଯ୍ଯ ରେ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରବୀନ୍ଦ୍ରନାଥ ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇ ଅଛି । ସ୍ବତନ୍ତ୍ର ଅତିଥି ଶ୍ରୀଯୁକ୍ତ ହିମାଂଶୁ ଶେଖର ପଣ୍ଡା ଓ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ କୁମାର ବେହେରା, ମୁଖ୍ଯ ବକ୍ତା ଅଧ୍ୟାପକ ଶ୍ରୀଯୁକ୍ତ ଅମୀୟ ସାମନ୍ତରା, ସମ୍ମାନିତ ଅତିଥି ହରିଚନ୍ଦନପୁର ବ୍ଲକ ସଂପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ , ଏବିଇଓ ଶ୍ରୀଯୁକ୍ତ ସତ୍ୟବ୍ରତ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦୀନବନ୍ଧୁ ନାଏକ, ପ୍ରଧାନଶିକ୍ଷକ ତଥା ଆବାହକ ଶ୍ରୀଯୁକ୍ତ ଅନନ୍ତ ଚରଣ ମାହାଲା ମଞ୍ଚାସିନ ହୋଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଶିକ୍ଷା ସମାଜର ଦର୍ପଣ ହୋଇଥାଏ। ଶିକ୍ଷାର ଆଲୋକ ସମାଜର ପ୍ରତ୍ୟେକ ବର୍ଗ ର ଲୋକ ଙ୍କ ଆବଶ୍ୟକ ହୋଇଥାଏ। ବିଶେଷ କରି ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସରକାର ପ୍ରତିଶୃତିବଦ୍ଧ ଓ ଶିକ୍ଷାର ବିକାଶ ହେଲେ ଯୁବ ସମାଜ ଉନ୍ନତି ହେବ । ବିଦ୍ୟାଳୟ ଗୁଡିକରେ ସରକାର ଶିକ୍ଷାଦାନ ସହ କ୍ରୀଡା, ଯୋଗ, କମ୍ପ୍ୟୁଟର ବିଜ୍ଞାନ ପରି ଜୀବନ କୌଶଳ ଶିକ୍ଷା ପ୍ରଦାନ କରାଯାଉ ଅଛି ।ତାହାର ଶିକ୍ଷା ନେଇ ନିଜର ଭବିଷ୍ୟତ କୁ ଶିଖର ଛୁଇଁବା ଓ ନିଜ ପରିବାର ତଥା ଅଞ୍ଚଳରେ ସୁନାମ ଅର୍ଜନ କରିବାପାଇଁ ନିମନ୍ତ୍ରିତ ଅତିଥିଗଣ ବକ୍ତବ୍ଯ ପ୍ରଦାନ କରିଥିଲେ । ବିଦ୍ୟାଳୟର ବାର୍ଷିକ ଖେଳକୁଦ ମହୋତ୍ସବ ରେ ଉତ୍ତିର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ଅତିଥିଙ୍କ ଦ୍ବାରା କରାଯାଇ ଥିଲା ଓ ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ ସଂଯୋଜନା ଶିକ୍ଷକ ଶ୍ରୀଯୁକ୍ତ ମଦନ ଗୋପାଳ ରାଉତ କରିଥିଲେ।

ମନୋଜ ମହାନ୍ତ (ପଟେଲ) ଙ୍କ ରିପୋର୍ଟ।

20
771 views