logo

ଓଡ଼ିଶାର ମହାନାୟକ ଡଃ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ ଗଣ ଦୌଡ ଓ ଶ୍ରଦ୍ଧାଞ୍ଜଳି ସଭା

ଖୋର୍ଦ୍ଧା,୩.୧.୨୬(ଏ.ଆଇ.ଏମ.ଏ) : ଆସାମର ପୁର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶହେ ତମ ଜନ୍ମ ଜୟନ୍ତୀ ରେ ଏକ ଶ୍ରଦ୍ଧାଜଂଳୀ ସମାବେଶ ନିଜ ଜନ୍ମମାଟି ରାମେଶ୍ୱର ଠାରେ ପାଳନ ହୋଇଯାଇଛି।ପ୍ରଥମେ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଶତାଧିକ ଯୁବକ ଯୁବତୀଙ୍କୁ ନେଇ ଏକ ମିନି ମାରାଥନ କ୍ଷେତ୍ରବାସୀ ଡି.ଏ.ଭି ମହାବିଦ୍ୟାଳୟ ନିରାକାରପୁର ଠାରୁ ବାହାରି ତାଙ୍କ ଜନ୍ମ ମାଟି ରାମେଶ୍ୱର ପର୍ଯ୍ୟନ୍ତ ଯାଇଥିଲା l ସେଠାରେ ଶ୍ରଦ୍ଧାଞ୍ଜଳି ସମାବେଶ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବରେ ଜିଲ୍ଲା ର ବରିଷ୍ଠ ବିଜେଡି ନେତା ତଥା ନିରାକାରପୁର ସଖାସଙ୍ଘ ସଭାପତି ବିପିନ କୁମାର ଜୟସିଂହ,ରାମେଶ୍ୱର ସମିତି ସଭ୍ୟ ରମେଶ ବିଶ୍ୱାଳ,ସମାଜସେବୀ ରଂତିତ କୁମାର ଜଗଦ୍ଦେବ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ପଟ୍ଟନାୟକଙ୍କ ରାଜନୈତିକ ଜୀବନ ଉପରେ ଆଲୋକପାତ କରିଥିଲେ।ବିଶିଷ୍ଟ ଅତିଥିଭାବେ ଖୋର୍ଦ୍ଧା ର ପ୍ରାକ୍ତନ ଜ଼ିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ l ମଞ୍ଚ ପରିଚାଳନା ଦିପ୍ତୀ ରଞ୍ଜନ ପାଇକରାୟ କରିଥିବା ବେଳେ ନିରାକାରପୁର ପୋଲିସ କର୍ମଚାରୀଗଣ, ସମାଜସେବୀ ଚନ୍ଦ୍ରମୋହନ ପଟ୍ଟନାୟକ, ବୀରେନ୍ଦ୍ର ପଟ୍ଟନାୟକ, ଉମେଶ ପଟ୍ଟନାୟକ, ଚିତ୍ତ ରଞ୍ଜନ ମହାରଣା ଓ ଅନ୍ୟମାନେ ସହଯୋଗ କରିଥିଲେ l

113
7943 views