logo

*୨୦୨୫ କୁ ବିଦାୟ ଦେଇ ୨୦୨୬ କୁ ସ୍ଵାଗତ କଲେ ଦାମନଯୋଡି ବାସୀ*


ଦାମନଯୋଡି: ୨୦୨୫ ର ତିକ୍ତ କୁ ଭୁଲି ଅଭୁଲା ସ୍ମୃତିକୁ ସାଇତି ରଖି ୨୦୨୫ କୁ ଶୂନ୍ୟ ରାତ୍ରୀରେ ବିଦାୟ ଜଣେଇବା ସହିତ ନୂଆ ଆଶା ଓ ଉଦ୍ଦୀପନା ର ବିଶ୍ୱାସ ରଖି ୨୦୨୬ କୁ ହର୍ଷ ଉଲ୍ଲାସର ସହିତ ସ୍ୱାଗତ ଜଣାଇଲେ ଦାମନଯୋଡି ବାସୀ । ନାଲକୋ କମ୍ୟୁନିଟୀ ସେଣ୍ଟର ପରିସରରେ ମହା ଆଡ଼ମ୍ବରରେ ୨୦୨୬ ଇଂରାଜୀ ବର୍ଷ କୁ ସ୍ଵାଗତ କରାଯାଇଥିଲା । କମିଟି ସଭାପତି ସତ୍ୟକାମ ନାୟକ ଙ୍କ ତତ୍ତ୍ଵାବଧାନରେ ୧ତାରିଖ ସନ୍ଧ୍ୟାରେ ଆୟୋଜିତ ରଙ୍ଗାରଙ୍ଗ ସମାରୋହରେ ନାଲକୋ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପଙ୍କଜ ନୃତ୍ୟ ଏକାଡେମୀ, ଜଗଦଲପୁର ବିଭିନ୍ନ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହିଥିଲେ । କମିଟି ର ସାଧାରଣ ସମ୍ପାଦକ ମନୋଜ କୁମାର ପୃଷ୍ଟି ଙ୍କ ସମେତ ସମସ୍ତ ସଦସ୍ୟ ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବ ସନ୍ଧ୍ୟା ଅର୍ଥାତ୍ ୩୧ ତାରିଖ ରେ ନାଲକୋ କ୍ଳବ୍ ପରିସରରେ ୨୦୨୫ ବର୍ଷ ବିଦାୟ ଉତ୍ସବ ସହିତ ଶୂନ୍ୟରାତ୍ରି ପାଳନ କରାଯାଇଥିଲା । ଅନ୍ୟ ପକ୍ଷରେ ଦାମନଯୋଡି ବାସୀ ବିଭିନ୍ନ ସ୍ଥାନରେ ସମ୍ମିଳିତ ଭାବେ ବଣଭୋଜି କରି ୨୦୨୫ କୁ ବିଦାୟ ଦେବା ସହିତ ୨୦୨୬ ବର୍ଷ କୁ ସ୍ଵାଗତ କରିଥିଲେ ।

40
836 views