
କେନ୍ଦୁଝର ଜିଲ୍ଲା ହାଇସ୍କୁଲ କିରାଣୀ ସଙ୍ଘର ମିଳନ ଉତ୍ସବ।
କେନ୍ଦୁଝର ଜିଲ୍ଲା ହାଇସ୍କୁଲ କିରାଣୀ ସଙ୍ଘର ମିଳନ ଉତ୍ସବ।
ଚମ୍ପୁଆ -୩୧/୧୨,ଚମ୍ପୁଆ ବ୍ଲକ ଉଚ୍ଚବାଲି ପଞ୍ଚାୟତ ଅନ୍ତର୍ଗତ କେମୁଣ୍ଡିଆ ଗ୍ରାମ ପୁଣ୍ୟତୋୟା ବୈତରଣୀ ନଦୀ ତଟସ୍ଥ ଦର୍ଶନୀୟ ସ୍ଥାନ ରୂପାକୁଣ୍ଡ ଠାରେ କେନ୍ଦୁଝର ଜିଲ୍ଲା ହାଇସ୍କୁଲ କିରାଣୀ ସଙ୍ଘର ମିଳନ ଉତ୍ସବ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି l ମିଳନ ଉତ୍ସବରେ ପାଟଣା ଚିନାମାଳିପଶି ହାଇସ୍କୁଲର ଅବସରପ୍ରାପ୍ତ ବରିଷ୍ଠ କିରାଣୀ ବିନୋଦ ବିହାରୀ ମହାନ୍ତ ସଭାପତିତ୍ୱ କରିଥିବା ବେଳେ ଅତିଥି, ବକ୍ତାଭାବେ ଅବସରପ୍ରାପ୍ତ ଶିକ୍ଷାବିତ ତଥା କବି କୈଳାସ ଚନ୍ଦ୍ର ତନ୍ତୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ପ୍ରକୁତିବନ୍ଧୁ କ୍ଷେତ୍ରବାସୀ ମହାନ୍ତ, ଲେଖକ, ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ, କବି ଭକ୍ତବନ୍ଧୁ ମହାନ୍ତ ପ୍ରମୁଖ ଯୋଗ ଦେଇ ଏକତା, ସହଯୋଗୀତା ଦ୍ଵାରା ଅସମ୍ଭବ କାମକୁ ସମ୍ଭବ କରାଯାଇ ପାରିବ ବୋଲି ଦିଗଦର୍ଶନ ଦେଇ ମିଳନ ଉତ୍ସବରେ ଆଗକୁ ଅଧିକ ରୁ ଅଧିକଙ୍କୁ ସାମିଲ କରି ବ୍ୟାପକ କରାଯିବାକୁ ମତ ପ୍ରକାଶ ପାଇଥିଲା l ପ୍ରଥମେ ରରୁଆଁଗୋଡ଼ା ସିଂହାସନ ପାଟ ହାଇସ୍କୁଲ
ର କିରାଣୀ ରଘୁନାଥ ମହାନ୍ତ ପ୍ରାରମ୍ଭିକ ସୂଚନା ଦେବା ସହିତ ସ୍ଵlଗତ ଅଭିଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ଅତିଥି ଓ କିରାଣୀ ବନ୍ଧୁମାନେ ବୈତରଣୀ ନଦୀ ତଟସ୍ଥ ରୂପାକୁଣ୍ଡ ର ରୁପେଶ୍ୱର ମହାଦେବଙ୍କ ଠାରେ ପୂଜା ଅର୍ଚନା କରି ମନ ସ୍କାମନା ଜଣାଇବା ସହିତ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ l ମିଳନ ଉତ୍ସବ କାର୍ଯ୍ୟକ୍ରମ ରେ ବୁଢ଼ୀକାପୁଡି ହାଇସ୍କୁଲର ଋଷିନାଥ ମହାନ୍ତ, ଯୋଡ଼ା ବିଚାକୁଣ୍ଡି ହାଇସ୍କୁଲର ଦିଲ୍ଲୀପ କୁମାର ପ୍ରଧାନ, ଗୋଜିଟାଙ୍ଗୀରୀ ହାଇସ୍କୁଲର ଗୌରହରି ମହାନ୍ତଙ୍କ ସହିତ ଭଗବାନ ମହାନ୍ତ, ଦୈତ୍ୟାରୀ ମହାନ୍ତ, ବିଶ୍ୱଜିତ ସାମନ୍ତରାୟ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।