ଅଭିନନ୍ଦନ - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।
*ଅଭିନନ୍ଦନ*
ଅଭିନନ୍ଦନ ଘେନ ହେ ନୂଆବରଷ
ତୁମକୁ କୋଟି ସଲାମ ,
କ୍ରୁର ହେବନାହିଁ ବରଷ ଯାକଟା
କରୁଅଛି ମୁଁ ପ୍ରଣାମ I
ନୂଆ ବରଷର ପ୍ରଥମ କିରଣ
ଭରିଦେଉ ନବୀନତା,
ଘୁଞ୍ଚି ଯାଉ ଭବୁ କ୍ଳେଶ ବିପତ୍ତି
ହେଉ ଶୁଭ ଅନୁଚିନ୍ତା I
ଶୁଭ୍ର ଜହ୍ନ ର ରୂପେଲି କିରଣ
ଦିଏ ସ୍ୱଚ୍ଛତା ର ଆହ୍ୱାନ,
ସୁଧୁରି ଯାଅ ହେ ବିଜ୍ଞ ମାନବ
ଦେଖାଅ ଶୁଭ ଆଚରଣ I
ବିବେକ ଶୁନ୍ୟ ନ ହୁଅ ରେ ଭାଇ
ଆମେ ପରା ଶ୍ରେଷ୍ଠ ପ୍ରାଣୀ,
ମାରିବା, କାଟିବା, ଜଙ୍ଗଲେ ଫିଙ୍ଗିବା
ଏଭଳି କରମ କରନି I
ତମ ଜୀବନକୁ ଲୋଭ ଅଛି ବୋଲି
ନିଜେ ବଞ୍ଚିବାକୁ ଚାହୁଁଛ,
ଅନ୍ୟ କାହାର ଜୀବନକୁ ମାରି
ନିଜେ କେତେ ଲାଭ ପାଉଛ I
ଶୁଦ୍ଧ ମନରେ ବିଚାର କର ହେ
ଏହି କଳି କାଳ ମାନବ,
କୃତଘ୍ନ ନ ହୋଇ କୃତଜ୍ଞ ହୁଅହେ
ସନ୍ତୁଷ୍ଟ ହୋଇବେ ମାଧବ I
ନୂଆ ବରଷର ଅଭିନନ୍ଦନ
କରୁଅଛି ସମସ୍ତିଙ୍କୁ,
ବିଦାୟ ପଚିସି ସ୍ୱାଗତ ଛବିଶି
ଭଲରେ ରଖ ସଭିଙ୍କୁ I
ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ, ଭୀମପୁର
ମୋବାଇଲ: 88959 74011
🙏🙏🙏🙏🙏🙏🙏
👍👍👍👍👍👍👍
🌹🌹🌹🌹🌹🌹🌹