ନୂତନ ବର୍ଷ ହେଉ ସୁଖ ସମୃଦ୍ଧି ର ବର୍ଷ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।
ନୂତନ ବର୍ଷ ହେଉ ସୁଖ ସମୃଦ୍ଧି ର ବର୍ଷ
***************************
ମନର ସମସ୍ତ ଅଳିଆ ଓଳେଇ
ଉଠରେ ଫୁଟାଇ ହସ
ପୁରୁଣା କଥାକୁ ପଛରେ ପକାଇ
ମନ ଖୋଲି ବନ୍ଧୁ ହସ।
ଭୁଲିଯାଅ ସବୁ ମାନ ଅଭିମାନ
ମନରୁ କାଢ ଵିକାର
ହୃଦୟେ ଵୁହାଅ ମମତାର ଝର
ସଭିଙ୍କୁ କର ନିଜର।
ଅଢେଇ ଦିନକୁ ଆସିଛ ଦୁନିଆ
ଗଢିଛ ସୁନା ସଂସାର
ସଂସାର ହାଟରୁ ସଉଦା ସରିଲେ
ଫେରିଯିବ ସ୍ବର୍ଗ ଦ୍ବାର।
ଯେତେ ଦିନ ଯାଏଁ ଅଛ ଏ ଧରାରେ
ସଦା ମୁଖେ ରଖ ହର୍ଷ
ନୂତନ ବର୍ଷ ତୁମପାଇଁ ହେଉ
ସୁଖ ସମୃଦ୍ଧି ର ବର୍ଷ।
ପ୍ରଭୁ ଜଗନ୍ନାଥ ଦୀର୍ଘାୟୁ କରନ୍ତୁ
ସୁସ୍ଥ ନିରୋଗ ରଖନ୍ତୁ
ଦୁଃଖୀ ଦରିଦ୍ର ଙ୍କ ସେବାରେତୁମରି
ମନ ନିବେଶ କରନ୍ତୁ।
ଭଲକାମ କରି ସୁପଥରେ ଯାଇ
ସଂସାର ନାଆରେ ଵସ
ଜଗା କାଳିଆ ଙ୍କୁ ସାରଥୀ ସଜାଅ
ମୁଖରୁ ଝରାଅ ହସ।
ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
ହୁଡୁକୋ କଲୋନୀ
କେନ୍ଦୁଝର।
ମୋବାଇଲ: 87631 58585