logo

ମିଳନୀର ବର୍ଷାନ୍ତ ସାହିତ୍ୟ ଆସର।

ମିଳନୀର ବର୍ଷାନ୍ତ ସାହିତ୍ୟ ଆସର
************************
କେନ୍ଦୁଝର -୩୧/୧୨, ରାଜ୍ୟର ଅନ୍ୟତମ ସର୍ବ ପୁରାତନ ତଥା ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ବର୍ଷାନ୍ତ ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି।
ପଣ୍ତିତ ରଙ୍ଗାଧର ବେହେରା ଙ୍କ ବେଦମନ୍ତ୍ର ପାଠ ମଧ୍ୟରେ ଅତିଥି ମାନେ କେନ୍ଦୁଝର ର ରାଷ୍ଟ୍ରଦେବତା ଶ୍ରୀବଳଦେବଜୀଉ ଓ ରାଷ୍ଟ୍ରଦେବୀ ମାଆ ତାରିଣୀ ଙ୍କ ପ୍ରତିକୃତି ରେ ଧୂପ ପ୍ରଜ୍ବଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ।
ସମ୍ପାଦକ ଡକ୍ଟର୍ ଚିତ୍ତ ରଞ୍ଜନ ମିଶ୍ର ସଂପାଦକୀୟ ସୂଚନା ଦେଇ ସୃଜନଶିଳ୍ପୀଙ୍କୁ ସୃଜନନିଷ୍ଠ ହେବାକୁ ଆହ୍ବାନ ଦେଇଥିଲେ।
ବିଶିଷ୍ଟ କବି ଚିନ୍ତାମଣି ମହାଳିକ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟ ସାଧକ ମାନେ ସମାଜ ମନସ୍କ ହେବା ବାଞ୍ଛନୀୟ ବୋଲି ମତ ପୋଷଣ କରିଥଲେ।
ବିଶିଷ୍ଟ ଶିକ୍ଷାବିତ୍ ମମତା ରାଣୀ ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ ଲେଖକମାନଙ୍କୁ ସମାଜ ର ନିପୀଡିତ ଜନଗଣଙ୍କ ପାଇଁ ସହାନୁଭୂତିଶୀଳ ହେବାକୁ ଆହ୍ବାନ ଦେଇଥିଲେ।
କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣ ରେ ବାଣୀସାଧକ ଙ୍କୁ ଲାଭ ଓ
ଲୋଭ ର ଉର୍ଦ୍ଧ୍ବ ରେ ରହି ନିରବଚ୍ଛିନ୍ନ ସାଧନା ଜାରି ରଖିବାକୁ ପରାମର୍ଶ ଦେଇଥିଲେ।
କବୟିତ୍ରୀ ସନ୍ତୋଷିନୀ ଦାଶ (ଗିରି) ଙ୍କ ସଂଯୋଜନା ରେ ଡକ୍ଟର୍ ସୁମନ୍ତ୍ର ନାଏକ, ଘନଶ୍ୟାମ ପଲେଇ,ଶକୁନ୍ତଳା ଦାଶ, ଜ୍ୟୋସ୍ନା ପାଢ଼ୀ, ବିରଞ୍ଚି ନାରାୟଣ ସାମନ୍ତରାୟ, ମନ ରଞ୍ଜନ ମହାନ୍ତି, ଦେବ ଦର୍ଶନ ଦାଶ, ରଙ୍ଗାଧର ବେହେରା,ଚିନ୍ତାମଣି ମହାଳିକ, ମମତା ରାଣୀ ଦାସ ଓ ପ୍ରତାପ କର୍ମକାର ପ୍ରମୁଖ ବହୁ କବି କବିତା ଆବୃତ୍ତି କରିଥିଲେ। ପରିଶେଷ ରେ ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

6
388 views