ବାଇକ ବୋଲେରୋ ମୁହାଁମୁହିଁ ଧକ୍କା ଜଣେ ଗୁରୁତର।
ବାଇକ ବୋଲେରୋ ମୁହାଁମୁହିଁ ଧକ୍କା ଜଣେ ଗୁରୁତର।
ପାଟଣା-୩୧/୧୨, ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ବଜାର ଅଞ୍ଚଳ ସାଧୁପଡା ନିକଟରେ ଆଜି ସନ୍ଧ୍ୟାରେ ଏକ ବୋଲେରୋ ଓ ଏକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଗୋବରାବେଡାରୁ ପାଟଣା ଆସୁଥିବା ଏକ ବୋଲେରୋ ସହ ଗୋବରାବେଡା ଯାଉଥିବା ଗୋଟିଏ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକ ଜଣକ ଗୁରୁତର ହୋଇଛନ୍ତି।ଗୁରୁତର ଚାଳକ ଘଟଗାଁ ଥାନା ଅଞ୍ଚଳ ସରାସପଶି ପଞ୍ଚାୟତ ଗୋବରାବେଡା ଗ୍ରାମର ଭୁଜରାଜ ପାତ୍ରଙ୍କ ପୁଅ ଦିପୁ ପାତ୍ର ବୋଲି ଜଣାପଡିଛି। ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ସଂଜ୍ଞାହୀନ ଅବସ୍ଥାରେ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ବୋଲେରୋ ଓ ଦୁର୍ଘଟଣା ଗ୍ରସ୍ତ ବାଇକକୁ ପୁଲିସ ଜବଦ କରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ମାନସ କୁମାର ମହାକୁଡ ସୂଚନା ଦେଇଛନ୍ତି।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।