logo

ଆଇଡିଏ ତରଫରୁ ବନ୍ଧୁ ମିଳନ ଉତ୍ସବ।

ଆଇଡିଏ ତରଫରୁ ବନ୍ଧୁ ମିଳନ ଉତ୍ସବ।

କେନ୍ଦୁଝର:୩୧/୧୨, ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇଡିଏଲ ଡେଭଲପମେଣ୍ଟ ଏଜେନ୍ସି (ଆଡିଏ) ତରଫରୁ ଏକ ବନ୍ଧୁ ମିଳନ ଉତ୍ସବ ତା:୩୧/୧୨ରେ ବନାଯୋଡି ସ୍ଥିତ ଆଇଡିଏ ପ୍ରାଙ୍ଗଣରେ ଆଡ଼ମ୍ବରର ସହିତ ଅନୁଷ୍ଠିତ ହୋଇଯାଇଛି।
ସମସ୍ତ ଉପସ୍ଥିତ ଅତିଥି ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ ସ୍ଵାଗତ ଭାଷଣ ସହିତ ନୂତନ ବର୍ଷର ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ସମ୍ପାଦକ ଚନ୍ଦ୍ରକାନ୍ତ ବରାଳ ସଭା ପରିଚାଳନା ସହିତ ଅନୁଷ୍ଠାନର ଆଭିମୁଖ୍ୟ ଓ ବିଭିନ୍ନ ରାଜ୍ୟ ତଥା ଜିଲ୍ଲା ରେ ଚାଲୁଥିବା ପ୍ରକଳ୍ପ ଗୁଡିକ ବିଷୟରେ ଆଲୋକପାତ କରିଥିଲେ।
ଉକ୍ତ ବନ୍ଧୁ ମିଳନ ଅବସରରେ ଶିକ୍ଷ୍ୟାବିତ ଶ୍ରୀ ମଧୁସୂଦନ ନାଏକ କମ୍ବଳ ବାଣ୍ଟିବା ସହ ସହଯୋଗର ହାତ ବଢ଼ାଇ ରହିଲେ। ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ଶୁଭେଛୁ ଶ୍ରୀ ଜ୍ଞାନରଞ୍ଜନ ମିଶ୍ର, ସତ୍ୟଜିତ ମିଶ୍ର, ମାଳା ମଇତ୍ର, ସଂଜୟ କୁମାର ସାହୁ ପ୍ରଧ୍ୟାପକ ତଥା ସାଇ ଆନନ୍ଦ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଗଣ ତଥା ଆନନ୍ଦାଶ୍ରାମ ର ଅନ୍ତେବାସୀ, ସୋମନାଥ ଚାଉଡା, ଅନୁରୂପ ରାଉତ ଓ ପ୍ରିୟଙ୍କା ପ୍ରୁଷ୍ଟି, ଅଜିତ ମହାନ୍ତି ଉପସ୍ଥିତ ଥିଲେ। ଆଇଡିଏ ର ନିର୍ଦ୍ଦେଶକ ମଣ୍ଡଳୀ ଉପସ୍ଥିତ ରହିବା ସହ ବହୁ ଶୁଭେଛୁ ଉପସ୍ଥିତ ଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

22
1050 views