logo

ଟାଟା କାଟାମାଟି ଖଣି ଫାଟକ ସମ୍ମୁଖରେ ଶ୍ରମିକ ଧାରଣା, ନିଯୁକ୍ତିକୁ ନେଇ ତେଜିଲା ଅସନ୍ତୋଷ।

ଟାଟା କାଟାମାଟି ଖଣି ଫାଟକ ସମ୍ମୁଖରେ ଶ୍ରମିକ ଧାରଣା, ନିଯୁକ୍ତିକୁ ନେଇ ତେଜିଲା ଅସନ୍ତୋଷ।


କେନ୍ଦୁଝର, : ୩୦|୧୨ ରାଜ୍ୟ ରାଜକୋଷକୁ ସର୍ବାଧିକ ରାଜସ୍ୱ ଦେଉଥିବା କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ବେକରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଖଣି ଉତ୍ପାଦନ ବୃଦ୍ଧି କରି ଖଣି କମ୍ପାନୀ ମାନେ ବେଧଡକ ଭାବେ ଖଣିଜ ପରିବହନ କରୁଛନ୍ତି। ଏହାଦ୍ବାରା ଜମି, ଜଳ, ଜଙ୍ଗଲ, ପରିବେଶ ନଷ୍ଟ ହେବାରେ ଲାଗିଛି। ଏହା ଦ୍ବାରା ଖଣି ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ଜୀବନ ଜୀବିକା ଉପରେ ବ୍ୟାପକ ପ୍ରଭାବ ପଡୁଛି। ଖଣିରେ ନିଯୁକ୍ତି ପାଇଁ ଗ୍ରାମବାସୀ ମାନେ ଦାବି କରୁଥିଲେ ହେଁ ଏଥିପ୍ରତି ଖଣି କମ୍ପାନୀ କିମ୍ବା ପ୍ରଶାସନ ଦୃଷ୍ଟି ଦେଉନାହିଁ। ଏହିପରି ସମସ୍ୟା ଦେଖା ଦେଇଛି ଯୋଡା ବ୍ଲକ୍ ଦେଓଝର ପଞ୍ଚାୟତରେ ଅବସ୍ଥିତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ମୁର୍ଗାବେଡ଼ା ଗ୍ରାମରେ। ଏଠାରେ କାର୍ଯ୍ୟହରା ହୋଇ ଶହ ଶହ ଶ୍ରମିକ ଏବେ ବେକାର ହୋଇ ପଡ଼ିରହିଛନ୍ତି । ଦୀର୍ଘଦିନ ଧରି ବେକାର ରହିବା ପରେ ମୂର୍ଗା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ନିଜର ପିଲା ଛୁଆଙ୍କୁ ଧରି କାର୍ଯ୍ୟ ଦାବି ପାଇଁ ଖଣି ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ଗ୍ରାମବାସୀଙ୍କ ମଧ୍ୟରୁ ଆଦିବାସୀ ମହିଳା ଚିତ୍ରମଣି ମୁଣ୍ଡା, ସ୍ଵପ୍ନା ମୁଣ୍ଡା,ଲକ୍ଷ୍ମୀ ମୁଣ୍ଡା, ନାନକି ମୁଣ୍ଡା, ନିହାର ମୁଣ୍ଡା,ବାସୁଦେବ ସିର୍କା,ରସାନନ୍ଦ ଲୋହାର, ଅମର ମୁଣ୍ଡା, ସୁକ୍ଲାଲ ଶବର,ପ୍ରମୁଖ କହିଛନ୍ତି ଯେ, ମୁର୍ଗା ଦେଓଝର ଅଞ୍ଚଳରେ ଥିବା ଟାଟା କାଟାମାଟି ଖଣି ସେମାନଙ୍କ ଜମି ଜାଗା ଯାଇଛି । ଖଣି ପାଇଁ ସେମାନେ ସମ୍ପୂର୍ଣ ପ୍ରଭାବିତ, ଚାଷ ଜମି ନାହିଁ,ଗ୍ରାମର କିଛି ବଳକା ଜମିରେ ଖଣିକୁ ଆସୁଥିବା ଭାରିଯାନ ଟ୍ରକ ପାର୍କିଂ କରାଇ ଟ୍ରକରେ ଖଣିଜ ବୋଝେଇ ହେଲା ପରେ ଖଣିଜକୁ ଲେବ୍ଲିଂ ଓ ପରେ ଟାର୍ପୋଲିନ ଘୋଡାଇବା ପ୍ରଭୃତି କାର୍ଯ୍ୟ କରୁଥିଲେ । ତେବେ ଏକ ସପ୍ତାହ ହେବ ଏହି କାର୍ଯ୍ୟକୁ ବନ୍ଦ କରିଦେବା ଫଳରେ ନିଜର ଜୀବିକା ହରାଇ ବସିଛନ୍ତି । ବାରମ୍ବାର ଖଣି କତୃପକ୍ଷଙ୍କୁ କହିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ମେଳି କରି ନିକଟସ୍ଥ କାଟାମାଟି ଲୌହ ଖଣିକୁ ଯାଇ ଗେଟ୍ ସମ୍ମୁଖରେ ତାଙ୍କର ଦାବି ଜଣାଇବା ସହିତ କମ୍ପାନୀ ଅଧିକାରୀଙ୍କ ସମ୍ମୁଖରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ପାଣି ନେଲ,ଜମି ନେଲ,ଦୂଷିତ ପବନ ଦେଲ ହେଲେ ପ୍ରଭାବିତ ଅଞ୍ଚଳବାସୀଙ୍କର ଦୁଃଖ ବେଦନାକୁ ଭୁଲି ଗଲ ବୋଲି ମଞ୍ଜୁ ମୁଣ୍ଡା, ସାଜନ ବେଣ୍ଟକର,ହୁସେନ ମୁଣ୍ଡା, ସୋନିଆ ଲାଗୁରି,ଶତପଥି ଶବର,ଭରତ ମୁଣ୍ଡା ପ୍ରମୁଖ କହିଥିଲେ । ଖଣି ଦ୍ଵାରା ସେମାନେ ଏତେ ପ୍ରଭାବିତ ଯେ,ଖଣିରେ ହେଉଥିବା ବ୍ଲାଷ୍ଟିଂ ପଥର ଛିଟିକି ବୁଧୁନି ମୁଣ୍ଡା, ସୁକୁରମନି ମୁଣ୍ଡାଙ୍କ ସମେତ ଏକାଧିକ ଗ୍ରାମବାସୀ ଅଭିଯୋଗ କରିଥିଲେ । ସେମାନେ ଆହୁରି ମଧ୍ୟ କହିଥିଲେ ଯେ, କାଟାମାଟି ଖଣିରେ ବ୍ଲାଷ୍ଟିଂ ହେବା ବେଳେ ଏକ ମୃଦୁ ଭୂମିକମ୍ପ ଫଳରେ ଘର ଦ୍ଵାର ଫାଟି ଆଁ କଲାଣି ।ଅନ୍ୟପକ୍ଷରେ ସୁକୁରମନି ମୁଣ୍ଡା ,ବୁଧୁନି ବେଣ୍ଟକର, ସୋନରାମ୍ ଶବର, ସନିବାରୀ ମୁଣ୍ଡା,ହୁସେନ ମୁଣ୍ଡା କହିଛନ୍ତି ଯେ, କାଟାମାଟି ଖଣି ଆରମ୍ଭ ବେଳେ ଗ୍ରାମସଭା ଓ ଜନଶୁଣାଣି ସପକ୍ଷରେ କରାଇବା ପାଇଁ କମ୍ପାନୀ ଅଧିକାରୀ ମାନେ ଗ୍ରାମବାସୀଙ୍କ ହାତ ଗୋଡ ଧରି ଚାକିରି ଦେବାର ପ୍ରତିଶୃତି ଦେଇ କାମ ହାସଲ କଲାପରେ ପ୍ରତାରଣା କରିଛନ୍ତି । ଉକ୍ତ ଖଣିରେ ରାଜ୍ୟ ବାହାର ଅଞ୍ଚଳର ଲୋକଙ୍କୁ ଖଣିରେ ନିଯୁକ୍ତି ଦେଇ ଚାଲିଥିବା ବେଳେ ନିକଟରେ ଜନୈକ ପ୍ରଭାବଶାଳୀ ବିଧାୟକଙ୍କ ଦ୍ଵାରା ନିଜ ସମର୍ଥକଙ୍କୁ ନିଯୁକ୍ତି ଦେବା ପାଇଁ ଉଦ୍ୟମ କରୁଥିବା ନେଇ ସୁପାରିଶ ପ୍ରଘଟ ହେବା ପରେ ଏହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଓ ଲୋକେ ଏହାକୁ ପ୍ରବଳ ବିରୋଧ କରିଥିଲେ । ସ୍ଥାନୀୟ ଯୁବତୀ ଯୁବକଙ୍କୁ ଦକ୍ଷତା ଏବଂ କାର୍ଯ୍ୟ କୁଶଳତା ପାଇଁ ଭୋକେସନାଲ ଟ୍ରେନିଂ ଦେଇ,ମେଡିକାଲ ଟେଷ୍ଟ କରାଇ ବର୍ଷ ବର୍ଷ ଧରି ଠିକ।ରେ ନିଯୁକ୍ତି ମଧ୍ୟ ଦିଆ ଯାଉନାହିଁ । ସେମାନେ କହିଛନ୍ତି ଯେ,ଖଣି ଓଡ଼ିଶାରେ ଥାଇ ମଧ୍ୟ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ଯୁବତୀ ଯୁବକଙ୍କୁ ନିଯୁକ୍ତି ଅଗ୍ରାଧିକାର ଭିତ୍ତିରେ ଦିଆଯାଉଛି । ତେଣେ ପାର୍କିଂ ବନ୍ଦ ଥିବାରୁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ବର୍ତ୍ତି ଚିରୁବେଡ। ଓ ମୁର୍ଗାବେଡା ହାତୀ ଚଲାପଥ ରାସ୍ତାରେ ଗାଡ଼ି ରଖି ସମ୍ପୂର୍ଣ ଜଙ୍ଗଲକୁ ଅବରୋଧ କରି ଦିଆଯାଉଛି । ପାର୍କିଂ ହେଉଥିବା ସ୍ଥାନ ଗୁଡିକ ସମ୍ପୂର୍ଣ ଖାଲି ପଡିଥିବା ହେତୁ ଶ୍ରମିକ ମାନେ କାର୍ଯ୍ୟହରା ହୋଇ କାଟାମାଟି ଗେଟ୍ ସମ୍ମୁଖରେ ପହଂଚି ଏହାର ପ୍ରତିବାଦ କରିବାରୁ କାଟାମାଟି ଖଣିର ଜୈନେକ୍ ବରିଷ୍ଠ ଅଧିକାରୀ ବଳେନ୍ଦ୍ର ପ୍ରତିହାରୀ ସ୍ଥାନୀୟ ଶ୍ରମିକଙ୍କ ସହ ଆସିଥିବା ୨୮ ନଂ ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିର ନାଏକଙ୍କ ସହ ଆଲୋଚନା କରି କହିଥିଲେ ଯେ,ଯୋଡା ପୋଲିସ ପାର୍କିଂକୁ ବନ୍ଦ କରି ଦେଇଛି । ତେଣେ କାଟାମାଟି ଖଣିର ବରିଷ୍ଠ ଅଧିକାରୀ ମାନେ ନୂଆ ବର୍ଷ ଉପଲକ୍ଷେ ଅନୁପସ୍ଥିତ ଥିବାରୁ ଆଲୋଚନା କୁ ସୋମବାର ସ୍ତଗିତ କରାଯାଇ ଆଗାମୀ ୫ ତାରିଖ ମଧ୍ୟରେ ଆଲୋଚନା କରାଯିବ। କୁ ବିର ନାଏକ ଙ୍କୁ ଓ ଗ୍ରାମ ବାସୀ ଙ୍କୁ ଅନୁରୋଧ କରିଥିଲେ ଏବଂ ପ୍ରତିଶୃତି ଦେଇଥିଲେ ଯେ,ଵାରୁଦ ବିସ୍ଫୋରଣ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗୃହ ଗୁଡ଼ିକୁ ଯାଞ୍ଚ ପାଇଁ କର୍ମଚାରୀଙ୍କୁ ପଠାଇବେ ବୋଲି କହିଥିଲେ ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

13
828 views