logo

ଇଂରାଜୀ ନୂତନ ବର୍ଷ ୨୦୨୬ ଆରମ୍ଭ ପରିପ୍ରେକ୍ଷୀରେ କ୍ୟାଲେଣ୍ଡର ଏବଂ ପଞ୍ଜିକା ସମ୍ପର୍କରେ କିଛି ଜାଣିବା ଉଚିତ୍।

ଇଂରାଜୀ ନୂତନ ବର୍ଷ ୨୦୨୬ ଆରମ୍ଭ ପରିପ୍ରେକ୍ଷୀରେ କ୍ୟାଲେଣ୍ଡର ଏବଂ ପଞ୍ଜିକା ସମ୍ପର୍କରେ କିଛି ଜାଣିବା ଉଚିତ୍।
----------------------------------------------------

ଇଂରାଜୀ ନୂଆବର୍ଷ ଆସିଲେ କ୍ୟାଲେଣ୍ଡର ଆଗ ଲୋଡା ହୋଇଥାଏ। ନୂଆ ବର୍ଷର କ୍ୟାଲେଣ୍ଡରର ନୂଆବର୍ଷକୁ ଅଧିକ ସତେଜ କରିଦେଇଥାଏ। କ୍ୟାଲେଣ୍ଡରରେ ବର୍ଷର ସମୟ ଓ ବୟସ ବଢିବା ସହ ସାମ୍ନାକୁ ଆସିଯାଏ ନୂଆ ନୂଆ ଆହ୍ୱାନ। ମଣିଷର ଜୀବନଯାତ୍ରାରେ ଯୋଡି ହୋଇଯାଇଛି ଆଉ ଏକ ନୂଆଫର୍ଦ ଏକ ନୂତନ ଇଂରାଜୀ ବର୍ଷର ନୂତନ ଆଶା ଓ ଅଭିଳାଷ। ତେବେ କ୍ୟାଲେଣ୍ଡର ନିଜ କାହାଣୀ ସମ୍ପର୍କରେ କ’ଣ କହେ? ସେ ବାବଦରେ ସଂକ୍ଷେପରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ନୂଆବର୍ଷ ପାଳନର ପରମ୍ପରା ପ୍ରାୟ ଚାରିହଜାର ବର୍ଷ ପୁରୁଣା ବୋଲି ଜାଣିବା ପାଇଁ ମିଳୁଅଛି। ଐତିହାସିକଙ୍କ ମତରେ, ମାର୍ଚ୍ଚ ୨୧ତାରିଖ ଦିନ ବେବିଲୋନ ଠାରେ ନୂଆବର୍ଷ ପାଳନର ପରମ୍ପରା ଆରମ୍ଭ ହୋଇଥିଲା। ରୋମ୍‍ର ପ୍ରସିଦ୍ଧ ସମ୍ରାଟ ଜୁଲିୟସ ସିଜର ଖ୍ରୀ.ପୂ. ୪୫ରେ ଜୁଲିଆନ୍‌ କ୍ୟାଲେଣ୍ଡର ଆରମ୍ଭ କରିଥିବା ଜାଣିବା ପାଇଁ ମିଳୁଅଛି। ଏହି କ୍ୟାଲେଣ୍ଡର ଅନୁସାରେ ଜାନୁଆରୀ ପହିଲା ଦିନ ନୂଆବର୍ଷ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ବିଭିନ୍ନ ଐତିହାସିକ ମାନଙ୍କର ମତ ରହିଛି। ଅବଶ୍ୟ ଏହି କ୍ୟାଲେଣ୍ଡରରେ କିଛି ତ୍ରୁଟି ରହିଥିବା ଯୋଗୁଁ ପୋପ୍‌ ଗ୍ରେଗୋରୀ ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ। ବିଶ୍ୱରେ ଅର୍ଥାତ୍ ବିଭିନ୍ନ ଦେଶମାନଙ୍କରେ ଏବେ ଯେଉଁ କ୍ୟାଲେଣ୍ଡର ଅନୁସରଣ କରାଯାଉଛି। ତାକୁ ପୋପ୍‍ ଗ୍ରେଗୋରୀ ଅଷ୍ଟମ ୧୫୮୨ରେ ପ୍ରସ୍ତୁତ କରିଥିଲେ। ଏଥିରେ ସେ ଅଧିବର୍ଷ ବା ଲିପ୍‍ ଇୟର ମଧ୍ୟ ରଖିଲେ। ତେଣୁ ଇଂରାଜୀ ବର୍ଷର ପ୍ରତ୍ୟେକ ଚାରିବର୍ଷ ରେ ଥରେ ଜାନୁଆରୀ ମାସର ୨୮ ପରିବର୍ତ୍ତେ ୨୯ ତାରିଖ ଉଲ୍ଲେଖ କରାଯାଇଥାଏ। ଏହା ଜୁଲିଆନ୍‌ କ୍ୟାଲେଣ୍ଡରର ରୂପାନ୍ତରଣ ବୋଲି କୁହାଯାଏ। ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର ଗ୍ରହଣ କରାଯିବା ସମୟରେ ବ୍ରିଟିଶମାନଙ୍କର ରାଜୁତି ବିଶ୍ବର ବିଭିନ୍ନ ଦେଶରେ ଚାଲିଥିଲା। ୧୭୫୨ରେ ବ୍ରିଟେନ୍‌ ଏହି କ୍ୟାଲେଣ୍ଡର ସ୍ବୀକାର କରିଥିଲା ଏବଂ ଯେଉଁଠାରେ ବ୍ରିଟିଶ ଉପନିବେଶ ଥିଲା, ସେଠାରେ ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର ପ୍ରଚଳନ କରାଇଲା। ଇତିମଧ୍ୟରେ ବିଟ୍ରିଶ ମାନଙ୍କ ଦ୍ବାରା ଆମର ଭାରତରେ ଶାସନ ରହିଥିଲା। ଏହି ଅନୁସାରେ ଭାରତ ବାଧ୍ୟତାମୂଳକ ଭାବେ ଗ୍ରେଗୋରିଆନ କ୍ୟାଲେଣ୍ଡର ଗ୍ରହଣ କରିଥିଲା ବୋଲି ଐତିହାସିକମାନେ କହନ୍ତି। ଯଦିଓ ଦେଶ ସ୍ବାଧୀନତା ହାସଲ କରିବା ପରେ ଦେଶର ସ୍ବତନ୍ତ୍ର ସମ୍ବିଧାନ ପ୍ରସ୍ତୁତ କରାଯାଇଛି। ସ୍ବାଧୀନ ଭାରତର ସମ୍ବିଧାନର ନିର୍ଦ୍ଧାରିତ ନିୟମ ଅନୁସାରେ ଭାରତରେ ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁସାରେ ବିଭିନ୍ନ ପ୍ରକାରର ସରକାରୀ କାର୍ଯ୍ୟକଳାପରେ ହିଁ ପ୍ରଜୁଯ୍ୟ କରାଯାଇଛି। ୧୫୮୨ରେ ଫ୍ରାନ୍ସ, ଇଟାଲୀ, ପର୍ତ୍ତୁଗାଲ, ସ୍ପେନ୍‌, ପୋଲାଣ୍ଡ, ୧୫୮୩ରେ ଅଷ୍ଟ୍ରିଆ ଏବଂ କ୍ୟାଥୋଲିକ ଦେଶ, ୧୭୫୨ରେ ଆମେରିକା, କାନାଡା, ବ୍ରିଟେନ୍‌ ଏବଂ ଏହାର ଉପନିବେଶ ଦେଶଗୁଡିକ, ୧୮୭୩ରେ ଜାପାନ, ୧୯୧୨ରେ ଚୀନ୍‌, ୧୯୧୮ରେ ରୁଷ୍, ଏସ୍ତୋନିଆ, ୧୯୨୩ରେ ଗ୍ରୀସ୍‌, ୧୯୨୭ରେ ତୁର୍କୀ ଏହି କ୍ୟାଲେଣ୍ଡର ବ୍ୟବସ୍ଥା ଗ୍ରହଣ କରିଥିବା କୁହାଯାଇଛି। ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କର ଆଉ ଏକ ପନ୍ଥୀ ‘ଇଷ୍ଟର୍ଣ୍ଣ ଅର୍ଥୋଡକ୍ସ ଚର୍ଚ୍ଚ’ର ଅନୁଗାମୀମାନେ ଗ୍ରେଗୋରିଆନ୍‍ କ୍ୟାଲେଣ୍ଡର ବଦଳରେ ପାରମ୍ପରିକ ରୋମାନ୍‍ କ୍ୟାଲେଣ୍ଡରକୁ ମାନିଥାନ୍ତି। ଏହି କ୍ୟାଲେଣ୍ଡର ଅନୁସାରେ ସେମାନେ ଜାନୁଆରୀ ୧୪ତାରିଖ ଦିନ ନୂଆବର୍ଷ ପାଳନ କରନ୍ତି। ଜର୍ଜିଆ, ରୁଷ୍‍, ଜେରୁଜେଲମ, ସର୍ବିୟା ଆଦି ସ୍ଥାନରେ ଜାନୁଆରୀ ୧୪ ତାରିଖରେ ନୂଆବର୍ଷ ପାଳନ କରାଯାଇଥାଏ। ଏଠାରେ ଯେଉଁ ତଥ୍ଯ ଉପସ୍ଥାପନା କରାଯାଇଛି, ସମସ୍ତ ବିଷୟ ବିଭିନ୍ନ ପୁସ୍ତକ ଏବଂ ପୁରୁଣା ଖବରକାଗଜରୁ ସଂଗ୍ରହ କରାଯାଇଛି।

ସାଧାରଣତଃ ଆମ ସ୍ବାଧୀନ ଭାରତୀୟ ସମ୍ବିଧାନରେ ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁସାରେ ଇଂରାଜୀ ନୂତନ ବର୍ଷ ପାଳନ କରିବା ପରମ୍ପରା ନାହିଁ। ଦେଶରେ ସନାତନ ଧର୍ମ ଅର୍ଥାତ୍ ହିନ୍ଦୁ ଧର୍ମରେ ପଞ୍ଜିକା ଅନୁସାରେ ଜାନୁଆରୀ ମାସର ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯାଉଛି। ତେଣୁ ସୂର୍ଯ୍ୟ ଉତ୍ତରାୟଣ ଗତି କଲେ ବୋଲି କୁହାଯାଏ। ଏହି ଦିନ ସୂର୍ଯ୍ୟଙ୍କର ଗତି ମକର ରାଶିରେ ପ୍ରବେଶ କରେ। ସନାତନ ଧର୍ମରେ ଅର୍ଥାତ୍ ହିନ୍ଦୁ ନବବର୍ଷ ବିଷୁବସଂକ୍ରାନ୍ତିରେ ଆରମ୍ଭ ହୁଏ। ସେହି ଦିନ ଓଡ଼ିଆ ନବବର୍ଷ ମଧ୍ଯ ପାଳନ କରାଯାଉଛି। ସନାତନ ଧର୍ମରେ ସବୁବେଳେ ଆଧ୍ଯାତ୍ମିକ ଓ ବୈଜ୍ଞାନିକ ଆଧାରିତ ବିଶ୍ଳେଷଣ ଦେଖିବାକୁ ମିଳୁଅଛି। ଏହି କାରଣରୁ ସନାତନ ଧର୍ମରେ ଅର୍ଥାତ୍ ହିନ୍ଦୁ ଧର୍ମାବଲମ୍ବୀ ମାନେ ଶାସ୍ତ୍ରୀୟ ଅନୁମୋଦନ କରାଯାଇଥିବା ପଞ୍ଜିକା ଅନୁସାରେ ସମସ୍ତ ପ୍ରକାରର ସଂସ୍କୃତି ଓ ପରମ୍ପରା ପାଳନ କରାଯାଉଛି। ଏହା ବ୍ୟତୀତ ବିଭିନ୍ନ ପ୍ରକାରର ଦେବଦେବୀଙ୍କ ପୂଜା, ପର୍ବପର୍ବାଣି ଏବଂ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ତେବେ ବର୍ତ୍ତମାନ ସ୍ବତଃପ୍ରବୃତ୍ତ ଭାବରେ ପ୍ରଶ୍ନ ଉଠୁଅଛି ଯେ ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁସାରେ ଆମକୁ କିଏ ନୂତନ ବର୍ଷ ପାଳନ କରିବା ପାଇଁ କହିଛନ୍ତି? ଯେତେବେଳେ ଦେଶର ସମ୍ବିଧାନ ଏଥିପାଇଁ କୌଣସି ନିର୍ଦ୍ଦେଶ କରିନାହିଁ। ତେବେ କଣପାଇଁ ଆମେ ଗ୍ରେଗୋରିଆନ କ୍ୟାଲେଣ୍ଡର ପ୍ରତି ଏତେ ପ୍ରାଧାନ୍ଯ ଦେଇ ନୂତନ ବର୍ଷ ପାଳନ କରିବା ?

ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର, ମୋବାଇଲ: ୮୪୫୬୦୫୨୮୭୬

7
849 views