logo

ଭିନ୍ନ ଏକ ଭାରତ।

ଭିନ୍ନ ଏକ ଭାରତ।
-------------------

ଅନାଦିକାଳରୁ 'ଭାରତ' ନାମ ଭୂଲୋକରେ ଶୁଣିବା ପାଇଁ, ଜାଣିବା ପାଇଁ ମିଳୁଅଛି। ଅସୀମିତ ପରିସୀମାକୁ ସିମିତ କରି ନାମକରଣ କରାଯାଇନଥିବା ଏହି 'ଭାରତ' ଏବେ ନିଜର ପରିଚୟକୁ ନିଜକୁ ନିଜେ ବୁଝିବା ପାଇଁ ଅହରହ ଚେଷ୍ଟା କରୁଅଛି!

ସନାତନ ସତ୍ଯ ଓ ଧର୍ମଶାସ୍ତ୍ର ମାନଙ୍କ ଠାରୁ ଏହି 'ଭାରତ' ଶବ୍ଦ କୁ ବିସ୍ତୃତ ଜାଣିବା ପାଇଁ ମିଳେ। କିନ୍ତୁ, ସମୟର ପ୍ରବାହିତ ଧାରାରେ ଭାରତ କେବଳ ନାମରେ ହିଁ ସିମିତ ଓ ସଂକୁଚିତ ହୋଇ ରହିଯାଇଛି! ଅତୀତ ବାରମ୍ବାର ଜନମାନସରେ ପ୍ରାମାଣିକ ତଥ୍ଯ ପ୍ରକାଶ କରି ସତ୍ଯତା ପ୍ରମାଣିତ କରିବା ସତ୍ତ୍ବେ। ତଥାପି ସେମାନଙ୍କ ମନରେ ସନ୍ଦେହ କରନ୍ତି, ଏହା କୌଣସି କାଳ୍ପନିକ କଥାବସ୍ତୁକୁ ଆଧାର କରି ପ୍ରକାଶ କରାଯାଇନାହିଁ ତ ?

ବର୍ତ୍ତମାନ ଲୋକମାନେ ଆଧୁନିକତାର ଚାକଚକ୍ୟ ସଭ୍ୟତାର ନୂତନ ଦିଗନ୍ତ ଓ ପରିକଳ୍ପିତ ମାନସିକତାର ଉଦାହରଣ ସାଜିବା ରେ ବ୍ୟସ୍ତ ରହିଛନ୍ତି। ଏପରି ଏକ ଭୀରୁ ଓ ଦୁର୍ବଳ ମାନସିକତା କାରଣରୁ ଭାରତବର୍ଷ ନିଜର ସ୍ବତନ୍ତ୍ରତା ହରାଇ ପରାଧିନତାର ଚକ୍ରବ୍ୟୁହରେ ଫସିଥିବା ସମୟରୁ ଏବେବି ନିଜର ସ୍ବତନ୍ତ୍ରତା ଫେରିପାଇବା ପାଇଁ ମାର୍ଗ ଖୋଜୁଥିବା ଭଳି ବର୍ତ୍ତମାନ ସଭ୍ୟତାର ଆଚରଣ ଓ ଉଚ୍ଚାରଣ ରୁ ସ୍ପଷ୍ଟ ପ୍ରମାଣିତ କରୁଅଛି।

ଅତୀତର ସେହି ଶତାଧିକ ବିଗତ ବର୍ଷମାନଙ୍କରେ ପରାଧିନତାର ଚକ୍ରବ୍ୟୁହରେ ଫସିଥିବା ସମୟରୁ ଆଜି ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ରତା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଇତିହାସ ସବୁ ପାଶୋରି ଦେଲେଣି। ପ୍ରଥମେ ଲୁଟେରାଙ୍କ କବଜାରେ ଭାରତ ନିଜର ପରାଜୟର ଶୀକାର ହୋଇ ମୋଗଲମାନଙ୍କ ଦ୍ବାରା ଶାସିତ ହେଲେ। ତାପରେ ଇଂରେଜ ମାନଙ୍କ ଦ୍ବାରା ଗୋଲାମୀ ହେବାର ସୁଯୋଗ ପାଇଥିଲେ! ସେହି ଇଂରେଜ ମାନଙ୍କ ପ୍ରଦର୍ଶିତ କରିଥିବା ସଂସ୍କୃତି ଓ ପରମ୍ପରା କୁ ଆଜିର ଭାରତୀୟ ଜନମାନସରେ ନୂତନ ବର୍ଷ ପାଳନରେ ପୁରାପୁରି ମସଗୁଲ ହୋଇ ଯାଇଛନ୍ତି। ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁସାରେ ଆଜି ବର୍ଷ ଶେଷ ଏବଂ ଆସନ୍ତାକାଲିଠାରୁ ଇଂରାଜୀ ନୂତନ ବର୍ଷ ୨୦୨୬ ର ଶୁଭାରମ୍ଭ। ଏହି ଇଂରାଜୀ ନୂତନ ବର୍ଷ କେବଳ ସରକାରୀ କାର୍ଯ୍ୟଦିବସ ଗୁଡିକ ସୂଚାରୁରୂପେ ପରିଚାଳିତ କରିବା ପାଇଁ ସମ୍ବିଧାନ ମାର୍ଗ ପ୍ରଦର୍ଶନ କରନ୍ତି। କିନ୍ତୁ ଏହା ଭାରତର ପ୍ରକୃତ ସଂସ୍କୃତି, ପରମ୍ପରା, ଐତିହ୍ୟ ତଥା ଇତିହାସ ଏହାକୁ ନୂତନ ବର୍ଷ ରୂପରେ ପାଳନ କରିବାକୁ କୌଣସି ପ୍ରକାରର ପ୍ରାମାଣିକ ତଥ୍ଯ ପ୍ରଦାନ କରିନାହିଁ।

ଜଣେ ଭାରତୀୟ ଭାବରେ ନିଜର ସ୍ବତନ୍ତ୍ରତା, ସଂସ୍କୃତି, ପରମ୍ପରା ଇତିହାସକୁ ଭୁଲିଯାଇ ପାଶ୍ଚାତ୍ୟ ସଭ୍ୟତାର ଆଚରଣ ଓ ଉଚ୍ଚାରଣ ତଥା ସଂସ୍କୃତି ଓ ପରମ୍ପରା ପାଳନ କରି ନିଜକୁ ସୌଭାଗ୍ଯବାନ ମନେକରିବା କେତେ ଯୁକ୍ତିଯୁକ୍ତ ? ନିଜକୁ ନିଜେ ବର୍ତ୍ତମାନ ପଚାରିବା ଉଚିତ୍ ଯେ ଆମ୍ଭର ସଂସ୍କୃତି, ପରମ୍ପରା ପାଳନ କରିବା ପାଇଁ କେଉଁ କ୍ୟାଲେଣ୍ଡର ବା ପଞ୍ଜିକା କୁ ଅନୁସରଣ କରିବା ଉଚିତ୍?

ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର, ମୋବାଇଲ: ୮୪୫୬୦୫୨୮୭୬

4
702 views