ଆସ ପଢ଼ିବା - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।
ଆସ ପଢ଼ିବା
ପୁସ୍ତକ ପଢ଼ିଲେ ମିଳଇ ଜ୍ଞାନ
ନାହିଁ ବନ୍ଧୁଟିଏ ତା'ର ସମାନ
କେ କହେ ପଢ଼
ଜ୍ଞାନମାର୍ଗଟିରେ ଆଗକୁ ବଢ଼ ।
ଲୋକମାନଙ୍କର ମନକୁ ପଢ଼
ହୁଅନ୍ତୁ ସେ ସାନ ଅବାରେ ବଡ଼
ଏ ଭଲ କଥା
ମିଳେ ତାଙ୍କ ଠାରୁ ଯେ ଅଭିଜ୍ଞତା ।
ଭଲପୁସ୍ତକକୁ ହୁଏରେ ଚିହ୍ନି
ଭଲମଣିଷ କେ ହୁଏରେ ଜାଣି
ଆସ ପଢ଼ିବା
ତେବେରେ ଆଗକୁ ସିନା ବଢ଼ିବା।
ଚାଲିଥାଉ ପରା ପୁସ୍ତକ ପଢ଼ା
ପୃଷ୍ଠା ପରେ ପୃଷ୍ଠା ଆଗକୁ ଗଡ଼ା
ମିଳଇ ଜ୍ଞାନ
ହୁଏରେ ସଭିଙ୍କ ବିକାଶ ଜାଣ ।
ମଣିଷ ପଢ଼ିବା ଜଟିଳ କାମ
ପଢ଼ାପଢ଼ି କାମ ଥାଉରେ ଆମ
ଆସ ପଢ଼ିବା
ନିଜକୁ ସଫଳ କରି ଗଢ଼ିବା ।
ନୀଳମଣି ଚାନ୍ଦ
ପୁରୁଣିଆଁ, ଶାଳପଡ଼ା ,ଆନନ୍ଦପୁର
କେନ୍ଦୁଝର,ମୋ:୯୫୮୩୨୦୨୩୫୭