logo

ଯାତାୟାତ ରାସ୍ତା ପାର୍ଶ୍ବରେ ଥିବା ଝଙ୍କାଳିଆ ଗଛଗୁଡିକର ଡାଳ କାଟିବା ଉଚିତ୍ କି?

ଯାତାୟାତ ରାସ୍ତା ପାର୍ଶ୍ବରେ ଥିବା ଝଙ୍କାଳିଆ ଗଛଗୁଡିକର ଡାଳ କାଟିବା ଉଚିତ୍ କି?

କେନ୍ଦୁଝର:୩୧/୧୨, ସହରର ପ୍ରମୁଖ ସ୍ଥାନର ମୁଖ୍ଯ ଯାତାୟାତ ରାସ୍ତା ପାର୍ଶ୍ବରୁ ଗଛ ଡାଳ କାଟି ଲଣ୍ଡା କରାଯାଇଥିବା ଦୁର୍ଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଅଛି। ଯେଉଁଭଳି ଗଛଗୁଡିକର ଡାଳ ସହିତ ଶାଖାସବୁ କାଟି ଲଣ୍ଡା କରାଯାଇଛି। ତଦ୍ବାରା ସେହିସବୁ ଗଛଗୁଡିକ ରହିଥିବା ସତ୍ତ୍ବେ ନଲଗାଇବା ଭଳି ଜଣାପଡୁଛି। ଜିଲ୍ଲା ଜର୍ଜ୍ କୋର୍ଟ ସମ୍ମୁଖରେ ସର୍ବସାଧାରଣ ଯାତାୟାତ ମୁଖ୍ଯ ରାସ୍ତା ପାର୍ଶ୍ବରେ ଝଙ୍କାଳିଆ ଗଛଗୁଡିକୁ କାଟି ଲଣ୍ଡା କରାଯାଇଛି। ବିଭିନ୍ନ ପ୍ରାନ୍ତର ରୁ କୋର୍ଟ କାର୍ଯ୍ୟରେ ଆସୁଥିବା ସାଧାରଣ ଲୋକେ ଛାୟାରେ କିଛି ସମୟ ଛିଡା ହେବାର ସୁଯୋଗ ପାଉଥିଲେ। ଏହା ବ୍ୟତୀତ ପରିବେଶକୁ ସନ୍ତୁଳିତ କରିବା ପାଇଁ ରାସ୍ତା ପାର୍ଶ୍ବରେ ଝଙ୍କାଳିଆ ଗଛଗୁଡିକର ଅବଦାନ ଯଥେଷ୍ଟ ରହିଛି।

ଯେଉଁ ପରିମାଣର ଜନସଂଖ୍ୟା ବ୍ରୁଦ୍ଧି ସହିତ ମଟରଯାନ ଚଳପ୍ରଚଳ ଓ ଦିନକୁ ଦିନ ପରିବେଶ ପ୍ରଦୁଷଣ ଦ୍ବାରା ପ୍ରଭାବିତ ହେଉଛି। ଏହି ପ୍ରଦୁଷଣ ରୁ ଗଛର ଡାଳପତ୍ର ବହୁତ ପରିମାଣରେ ସୁରକ୍ଷା ପ୍ରଦାନ କରିଥାଏ। କିନ୍ତୁ ରାସ୍ତା ପାର୍ଶ୍ବରେ ଆଲୋକିକରଣ ଏବଂ ବସ ତଥା ମଟର ଯାନ ସୁରୁଖୁରୁରେ ଯାତାୟାତ କରିବା ପାଇଁ ରାସ୍ତା ପାର୍ଶ୍ବରେ ଝଙ୍କାଳିଆ ଗଛଗୁଡିକୁ କାଟି ଲଣ୍ଡା କରାଯାଉଛି।

ଏହା ମାନବ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ, ଗଛଗୁଡିକର ଡାଳ ଓ ଶାଖା ପ୍ରଶାଖା କାଟିବାରୁ ନିବୃତ୍ତ ରହିବା ଉଚିତ୍। ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ଯକ୍ତି ଯେପରି ନିଜର ଜୀବନକାଳ ମଧ୍ଯରେ ପ୍ରତି ବର୍ଷ ଅତିକମରେ ଗୋଟିଏ ଚାରାଗଛ ରୋପଣ କରିବା ଓ ତାର ରକ୍ଷଣାବେକ୍ଷଣ କରି ବଞ୍ଚାଇବା ପାଇଁ ଚେଷ୍ଟା କରିବା ନିତାନ୍ତ ଆବଶ୍ଯକତା ରହିଛି। ଏଥିପାଇଁ ସରକାର, ପ୍ରଶାସନ, ଜଙ୍ଗଲ ବିଭାଗ ଏବଂ ପରିବେଶ ବିଭାଗ ତରଫରୁ ସୁ ନିୟୋଜିତ ଯୋଜନା ଅବିଳମ୍ବେ ଆରମ୍ଭ କରି ଜନସଚେତନତା ସ୍ରୁଷ୍ଟି କରିବା ଦରକାର ପଡୁଛି। କେବଳ କଳକାରଖାନା ସ୍ଥାପନ, ଗମନାଗମନ ର ସୁଗମ, ବିକାଶ, ବୈଦ୍ୟୁତିକରଣ, ପ୍ରଗତି ଓ ସୌନ୍ଦର୍ଯ୍ୟକରଣ ନାମରେ ବଞ୍ଚିଥିବା ଗଛଗୁଡିକର ଡାଳ ସହିତ ଶାଖାସବୁ କାଟି ଲଣ୍ଡା କଲେ କୌଣସି ପ୍ରକାରର ସମସ୍ୟାର ସମାଧାନ ହେବନାହିଁ। ଶେଷରେ ଆଗାମୀ ପୀଢୀର ସମଗ୍ର ଜନମାନସରେ ଏହାର କୁପରିଣାମରୁ ରକ୍ଷା ପାଇବ ପାଇଁ ତ୍ରାହିତ୍ରାହି ଡାକରା ଦେବା ବ୍ୟତୀତ ଆଉକିଛି ଉପାୟ ହିଁ ନଥିବ!

ପୁରୁଷୋତ୍ତମ ପାତ୍ର ଙ୍କ ରିପୋର୍ଟ।

28
1099 views