logo

ଗୋଠ ଛଡା ଦନ୍ତାର ଉତ୍ପାତ ୪ ଦିନରେ ଭାଙ୍ଗିଲା ୬ ଘର।

ଗୋଠ ଛଡା ଦନ୍ତାର ଉତ୍ପାତ ୪ ଦିନରେ ଭାଙ୍ଗିଲା ୬ ଘର।

ପାଟଣା-୨୯/୧୨, ଚାରି ଦିନ ହେଲା ପାଟଣା ବନାଞ୍ଚଳରେ ଇଲାକାରେ ଡେରା ପକାଇଥିବା ଦନ୍ତା ହାତୀଟି ଉତ୍ପାତ ମଚାଇ ଚାଲିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ମୋଟ ୬ ଟି ଘର ଭାଙ୍ଗି ଦେଇଛି। ଗତରାତି ଏହି ଦନ୍ତା ଟି ପଲାଣଘାଟି ପଞ୍ଚାୟତ ସଡ଼ଙ୍ଗବାହାଳି ଗ୍ରାମର ଭାରତୀ ମହାନ୍ତ ଓ ଘନଶ୍ୟାମ ମୁଣ୍ଡା ଙ୍କ ଘର କାନ୍ଥ ଭାଙ୍ଗି ଧାନ ଖାଇ ଯାଇଛି ।ପାଟଣା ବନପାଳ ନିରଞ୍ଜନ ସେଠୀ ଘର ଭାଙ୍ଗି ଥିବା ଗ୍ରାମକୁ ଯାଇ କ୍ଷୟକ୍ଷତି ର ଆକଳନ କରିଛନ୍ତି।ବନବିଭାଗ ଦନ୍ତା ଟିକୁ ଅଟେଇ ସଂରକ୍ଷିତ ଜଙ୍ଗଲ ଆଡକୁ ଘଉଡ଼ାଇ ଦେଇ ଦେଇଥିବା ବେଳେ ସନ୍ଧ୍ୟାରେ ଦନ୍ତା ବାଇଗଣପାଳ ଗ୍ରାମ ପାଖ ଘଟଗାଁ ବନାଞ୍ଚଳ ଇଲାକାରେ ପ୍ରବେଶ କରିଥିବା ସୂଚନା ମିଳିଛି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

15
901 views