logo

କେନ୍ଦୁଝରଗଡ ପୁରଣା ସହର ସ୍ଥିତ ଘୁଙ୍ଗୁରୁ କ୍ଲବ ରେ ଆଧାର କ୍ୟାମ୍ପ କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଛି।

କେନ୍ଦୁଝରଗଡ ପୁରଣା ସହର ସ୍ଥିତ ଘୁଙ୍ଗୁରୁ କ୍ଲବ ରେ ଆଧାର କ୍ୟାମ୍ପ କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଛି।
-----------------------------------------------

ତା:୨୯/୧୨, ଭାରତ ସରକାରଙ୍କ ଦ୍ବାରା ପରିଚାଳିତ କେନ୍ଦୁଝର ଜିଲ୍ଲାର ମୁଖ୍ଯ ଡାକ ବିଭାଗ ତରଫରୁ କେନ୍ଦୁଝରଗଡ ପୁରଣା ସହର, ବଡଦାଣ୍ଡ ସ୍ଥିତ ଘୁଙ୍ଗୁରୁ କ୍ଲବ ଠାରେ ଆଧାର କ୍ୟାମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହାର ସୁଯୋଗ ନେବା ନିମନ୍ତେ କେନ୍ଦୁଝର ସହରର ବିଭିନ୍ନ ଅଞ୍ଚଳରୁ ଶତାଧିକ ଲୋକମାନେ ନୂତନ ଭାବରେ ଆଧାର କାର୍ଡ କରିବା ଓ ତ୍ରୁଟି ସଂଶୋଧନ କରିବା ପାଇଁ ଅପଡେଟ୍ ପ୍ରଭ୍ରୁତି କାର୍ଯ୍ୟ କରାଇଥିଲେ। ଆଧାର କ୍ୟାମ୍ପ କାର୍ଯ୍ୟକ୍ରମ ଅବସରରେ ଘୁଙ୍ଗୁରୁ କ୍ଲବ ବରିଷ୍ଠ ସଦସ୍ୟ ବ୍ରହ୍ମେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଏହି କ୍ୟାମ୍ପ କାର୍ଯକ୍ରମ ଆରମ୍ଭ ହୋଇଥିବା ବେଳେ ସମ୍ମାନୀୟ ଅତିଥି ରୂପରେ ଏକ ନମ୍ବର ୱାର୍ଡ କାଉନ୍ସିଲର ଶରତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ର ଉପସ୍ଥିତ ରହିଥିଲେ। କ୍ଲବର ସଭ୍ୟ ସୂରଜଲାଲ୍ ଦାଶ, ବିଜୟ କୁମାର ବେହେରା, ପ୍ରମୋଦ କୁମାର ବେହେରା, ମାନସ କୁମାର ଜେନା, ବିନୋନ ବିହାରି ସେଠି, ପ୍ରକାଶ ଚନ୍ଦ୍ର ଦାସ ଆଧାର କ୍ୟାମ୍ପ କାର୍ଯ୍ୟକ୍ରମ ସୁପରିଚାଳନା ରେ ସହଯୋଗ କରିଥିଲେ। ଘୁଙ୍ଗୁରୁ କ୍ଲବର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଦାସଙ୍କ ତତ୍ତ୍ବାବଧାନ ଦ୍ବାରା ପରିଚାଳନା ସହ ମୁଖ୍ଯ ଡାକ ଘରରୁ ଆସିଥିବା ପୋଷ୍ଟାଲ୍ ଇନସ୍ପେକଟର ରିକି ମିତ୍ର, ଅଭରସିୟର ଲକ୍ଷ୍ମୀକାନ୍ତ ମହାନ୍ତ, ଆଧାର କାର୍ଡ଼ ସୁପରଭାଇଜର ପ୍ରଜ୍ଞାପ୍ରିତି ଶାହା, ଜିଡିଏସଏଲ ବାବୁଲାଲ ଦଲେଇ ପ୍ରମୁଖଙ୍କ ଦ୍ବାରା ନିରବଚ୍ଛିନ୍ନ ଭାବରେ ପୂର୍ବାହ୍ନ ୧୦ ଘଟିକା ରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ କ୍ୟାମ୍ପ ରେ ଉପସ୍ଥିତ ରହିଥିବା ଶତାଧିକ ଲୋକଙ୍କ ସେବାରେ ସମୟ ଦେଇଥିବାରୁ କ୍ଲବ୍ ସମ୍ପାଦକ ସନ୍ତୋଷ ଦାସ ଧନ୍ୟବାଦ ଅର୍ପଣ କରି କାର୍ଯକ୍ରମକୁ ସମାପନ କରିଥିଲେ।

ପୁରୁଷୋତ୍ତମ ପାତ୍ର ଙ୍କ ରିପୋର୍ଟ।

16
1178 views