logo

ସେମିଳିଗୁଡା ପ୍ରେସକ୍ଲବର ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ, ସେମିଳିଗୁଡା,କୋରାପୁଟ, ଓଡିଶା,ତା୨୮/୧୨/୨୫(ରବିବାର)

ସେମିଳିଗୁଡା ପ୍ରେସ କ୍ଳବ ର ରଜତ ଜୟନ୍ତୀ ସମାରୋହ
ସେମିଳିଗୁଡା ପ୍ରେସ କ୍ଳବର ରଜତ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି | ଦୁଇ ପର୍ଯ୍ୟାୟରେ ପାଳିତ ଏହି ସମାରୋହ ଆରମ୍ଭ ହୋଇଥିଲା ପ୍ରାତଃ କାଳିନ 'ଶବ୍ଦ ଉତ୍ସବ'ରୁ | ଏହି ଇତ୍ସବରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମେଳନ ର ମହାସଚିବ ଦଣ୍ଡପାଣି ମହାପାତ୍ର,ଦିଏଭି ମହାବିଦ୍ୟାଳୟ ର ସହକାରୀ ପ୍ରଫେସର ଡ଼ ପ୍ରୀତି ଧାରା ସାମଲ,ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ଡ଼ ପ୍ରଦୀପ ମିଶ୍ର, ଭୁଦାନ ନେତା ଓ ଶିକ୍ଷାବିତ କୃଷ୍ଣ ସିଂହ, ବିଶିଷ୍ଟ କଥାକାର ନାରାୟଣ ପଣ୍ଡା ଯୋଗଦେଇ ଶବ୍ଦର ବିଭିନ୍ନ ଦିଗକୁ ଆଲୋଚନା କରିଥିଲେ |ସାହିତ୍ୟର ବିପର୍ଯ୍ୟୟ ସ୍ଥିତି ନେଇ ଉଦବେଗ ପ୍ରକାଶ କରିଥିଲେ | ପରେ ପରେ ଅବିଭକ୍ତ କୋରାପୁଟ ଜ଼ିଲ୍ଲାର ବହୁ କବି ଓ ଗାଳ୍ପିକ ନିଜନିଜର ସାରସ୍ୱତ ରଚନାକୁ ଉପସ୍ଥାପନ କରିଥିଲେ | ଡ଼ ଅଶୋକ କୁମାର ମହାନ୍ତି ସଂଯୋଜନା କରିଥିଲେ | ସେହିପରି ସ୍ନିଗ୍ଧା ମିଶ୍ର ମଞ୍ଚ ପରିଚାଳନା କରିଥିଲେ | ସ୍ଵର୍ଣ ପ୍ରଭା ମୁନି ଧନ୍ୟବାଦ ଦେଇଥିଲେ | ଅପରାହ୍ନରେ ମୁଖ୍ୟ ଅଧିବେଶନ ପାଳିତ ହୋଇଥିଲା | ଏଥିରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ ଅତିଥି ଭାବରେ ଯୋଗ ଦେଇଥିଲେ | ଜ଼ିଲ୍ଲା ପରିଷଦ ଅଧ୍ୟଖ୍ୟା ସସ୍ମିତା ମେଲେକା, କୋରାପୁଟ ଡ଼ିଏଫଓ କେ ଭି ଭାସ୍କର ରାଓ ଓ ସୁନାବେଡା ପୌର ପରିଷଦ ଅଧ୍ୟକ୍ଷ ଡ଼ ରାଜେନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ | କ୍ଳବର ସଭାପତି ଡ଼ ଅଜୟ କୁମାର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସମ୍ପାଦକ ମନୋଜ ପଟନାୟକ ସମ୍ପାଦକୀୟ ବିବରିଣୀ ପାଠ କରିଥିଲେ | ପରେ ପରେ 'ଅନ୍ୱେଷଣ ଶାନ୍ତି ' ଉପରେ ଅତିଥିମାନେ ଆଲୋକପାତ କରିଥିଲେ | ଏହି ଅବସରରେ ବିଚିତ୍ରାନନ୍ଦ ପଣ୍ଡାଙ୍କୁ କୋରାପୁଟ ଗୌରବ,ରୁଚିକା ଦିବ୍ୟ ଦର୍ଶିନୀ ଙ୍କୁ କୋରାପୁଟ ପ୍ରତିଭା, ଜଳଧର ସ୍ବାଇଁଙ୍କୁ ପ୍ରେସ ସାରସ୍ୱତ, ସୁଦର୍ଶନ ନାୟକଙ୍କୁ ପ୍ରେସ ଗୌରବ, ଶ୍ରୀକାନ୍ତ ଚୌଧୁରୀଙ୍କୁ ଆମ ପ୍ରିୟ ସାମ୍ବାଦିକ, ଆନନ୍ଦ ପାଟୱାନିଆଙ୍କୁ ସମାଜ ସେବି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରେସ କ୍ଳବର ସମସ୍ତ ସଦସ୍ୟଙ୍କୁ ସ୍ମୃତି ଫଳକ ଓ ଟି ସାର୍ଟ ପ୍ରଦାନ କରାଯାଇଥିଲା | ସେହିପରି ବିଭିନ୍ନ ବ୍ୟକ୍ତି ଓ ସଂଗଠନକୁ ମଧ୍ୟ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା |ମଞ୍ଚ ସଂଯୋଜନା କରିଥିଲେ ଶ୍ରୀଧର ପରିଡା | ମଞ୍ଚ ପରିଚାଳନାରେ କୁର୍ମା ରାଓ, କିଶୋର ବେହୁରା, ଜଗଦୀଶ ସାହୁ, ସ୍ୱସ୍ତିକ ମିଶ୍ର, ଖିରୋଦ ଭୋଳ, କର୍ଣ୍ଣ ସାମଲ, ଶସଧର ରାଉତ, ବାସୁ ବରାଡ଼, ନରେନ୍ଦ୍ର ରାଉତ ଆଦି ସହଯୋଗ କରିଥିଲେ | ଶେଖ ଇବ୍ରାହିମ ଧନ୍ୟବାଦ ଦେଇଥିଲେ | ଜୟପୁରର ମୀରା ଡ୍ୟାନ୍ସ ଏକାଡେମୀ ଓ ସେମିଳିଗୁଡା ର ଗ୍ଲିଟର ଡ୍ୟାନ୍ସ ଏକାଡେମୀ କଳାକାରମାନେ ଚିତା କର୍ଷକ ନୃତ୍ୟ ପରିବେଷଣ କରିଥିଲେ |

107
3054 views