logo

ନାନାବାୟା ଗୀତ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ନାନାବାୟା ଗୀତ

ପାହାଡ଼ ଉପରେ ବରଫ
ସତେ ଫେଣ କରା ସରଫ
ଖରା ପଡିଗଲେ ଦିଶେ ଝଲମଲ
ଦୃଷ୍ଟି ଯାଏ ସେହି ତରଫ ।

ପାହାଡ଼ରୁ ଝର ଝରଇ
କଳକଳ ସୁର କରଇ
ତା ପାଣିରେ ଶୁକ୍ରୁ ଛାଇଟାକୁ ଦେଖି
ଗୋଟାପଣେ ପରା ଥରଇ ।

ପାହାଡ଼ରେ ଗଛ କେତେରେ
କିଏ ଲଗେଇଲା ଏତେରେ
ଗଛ କାଟନାହିଁ କଥା କେ ଶୁଣେନି
ପ୍ରଚାର କରିଲେ ଯେତେରେ ।

ପାହାଡ଼ରେ କେତେ ପଥର
ଭାଙ୍ଗି ଗଣି ରଖ ସତର
ପଥରରେ ହେବ ଘରର କାନ୍ଥଟି
ମନ ଖୁସି ହେବ ଭକ୍ତର ।

ପାହାଡ ପଥର ଟାଣରେ
ଖୋଳୁ ଖୋଳୁ ଏହା ଜାଣରେ
ପାହାଡ଼ରେ ଅଛି ଖଣିଜ ସମ୍ପଦ
ଚୋରି କରିକି ନ ଆଣରେ ।


ନୀଳମଣି ଚାନ୍ଦ
ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର, କେନ୍ଦୁଝର,
ମୋ:୯୫୮୩୨୦୨୩୫୭

15
604 views