logo

ଗୋନାସିକା ମହୋତ୍ସବ ରେ କବିତା ପାଠୋତ୍ସବ।

ଗୋନାସିକା ମହୋତ୍ସବ ରେ କବିତା ପାଠୋତ୍ସବ।
*********************************
କେନ୍ଦୁଝର ତା ୨୯/୧୨- ସୋମବାର ପୂର୍ବାହ୍ନ ରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଗୋନାସିକା ମହୋତ୍ସବ ରେ କବିତା ପାଠୋତ୍ସବ ମିଳନୀ ର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ବ ରେ କବିତା ପାଠୋତ୍ସବ ନଗରଭବନ ରେ ଅନୁଷ୍ଠିତ ହୋଇ ଯାଇଛି।
ପ୍ରାରମ୍ଭ ରେ ପଣ୍ତିତ ରଙ୍ଗାଧର ବେହେରା ଙ୍କ ବେଦମନ୍ତ୍ର ପାଠ ମଧ୍ୟରେ ଅତିଥିମାନେ କେନ୍ଦୁଝର ର ରାଷ୍ଟ୍ରଦେବୀ ମାଆ ତାରିଣୀ ଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ ଓ ଧୂପଦୀପ ପ୍ରଜ୍ବଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ।
ସମ୍ପାଦକ କବି ଡକ୍ଟର୍ ଚିତ୍ତ ରଞ୍ଜନ ମିଶ୍ର ସଂପାଦକୀୟ ସୂଚନା ପ୍ରଦାନ କରିବା ଅବସର ରେ ବାଣୀସାଧକ ଙ୍କୁ ସ୍ଵକୀୟତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ଭାଷଣ ଜଣାଇ ଥିଲେ।
ଅଧ୍ୟାପକ କୈଳାସ ଚନ୍ଦ୍ର ସାହାଣୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଓଡିଆ ଭାଷା ର ସୁରକ୍ଷା ରେ କବି ସାହିତ୍ୟିକ ଙ୍କ ଭୂମିକା ର ଭୂୟସୀ ପ୍ରଶଂସା କରିଥିଲେ।
କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣରେ କେନ୍ଦୁଝରର ଗାରିମା ସମ୍ପର୍କ ରେ ସାର ଗର୍ଭକ ଆଲୋଚନା କରିବା ସହିତ ବାଣୀସାଧକ ଙ୍କୁ ମସୀ ସଂଗ୍ରାମ ଅନାହତ ରଖିବାକୁ ଆହ୍ୱାନ ଦେଇଥିଲେ।
କବୟିତ୍ରୀ ଇନ୍ଦୁମତୀ ପାତ୍ର ଓ ଶୋଭନା ଜେନା ଙ୍କ ସଂଯୋଜନା ରେ ଚିନ୍ତାମଣି ମହାଳିକ, ପିନାକୀ ମିଶ୍ର,ଅକ୍ଷୟ କୁମାର ବାରିକ୍, ବିରଞ୍ଚି ସାମନ୍ତରାୟ,ମମତାରାଣୀ ଦାସ, ଗୀତାରାଣୀ ଦାଶ, ବିଜୟଲକ୍ଷ୍ମୀ ମହାନ୍ତି, ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ମନରଞ୍ଜନ ମହାନ୍ତି, କୈଳାସ ଚନ୍ଦ୍ର ତନ୍ତୀ, ବେଣୁଧର ସାହୁ, ଜିତେନ୍ଦ୍ର ପରିଡ଼ା, ସୁଜିତ ମିଶ୍ର,ମନ୍ଦାକିନୀ କର, ଆର୍ଯ୍ୟବାଳା ମହାପାତ୍ର, ସନ୍ତୋଷିନୀ ଦାଶ (ଗିରି), ବୀଣାପାଣି ଜେନା,ଲିପିକା ଦାସ ପଟ୍ଟନାୟକ, ଡାକ୍ତର ଭାରତୀ ମହାପାତ୍ର,ନିରୁପମା ବେହେରା, ଜ୍ୟୋସ୍ନା ପାଢ଼ୀ,ଡକ୍ଟର୍ ବିପିନ୍ ବିହାରୀ ମହାପାତ୍ର,ଡମ୍ବରୁ ମହାନ୍ତ, ୠଷିନାଥ ମହାନ୍ତ, ରାମଚନ୍ଦ୍ର ସାହୁ, ଚିନ୍ମୟ ସାହୁ, ଦେବ ଦର୍ଶନ ଦାଶ, ଶାନ୍ତନୁ କୁମାର ମହାପାତ୍ର, କରୁଣାକର ବାରିକ୍, ଅଧିକାରୀ ବାରିକ୍, ଦେବାଶିଷ ମହାନ୍ତ, ଧ୍ରୁବାନନ୍ଦ ରାଉତ,ପ୍ରାଧ୍ୟାପକ ଜଗନ୍ନାଥ ଜେନା, ବୈକୁଣ୍ଠନାଥ ମହାନ୍ତ, ହରେକୃଷ୍ଣ ବେଜ, ଭାବଗ୍ରାହୀ ମହାନ୍ତ, ଚମ୍ପକେଶ୍ୱର ଜିତ୍, ପ୍ରତାପ କର୍ମକାର ପ୍ରମୁଖ ବହୁ କବି କବିତା ଆବୃତ୍ତି କରିଥିଲେ। ପରିଶେଷ ରେ ମିଳନୀ ର ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

19
845 views