logo

କବି ଦେବାଶିଷ ଚକ୍ରବର୍ତ୍ତୀ ଶିଶୁ ପତ୍ରିକା "ଶୁଆ ଶାରୀ"ତରଫରୁ ସମ୍ବର୍ଦ୍ଧିତ।

କବି ଦେବାଶିଷ ଚକ୍ରବର୍ତ୍ତୀ ଶିଶୁ ପତ୍ରିକା "ଶୁଆ ଶାରୀ"ତରଫରୁ ସମ୍ବର୍ଦ୍ଧିତ।
*************************
କେନ୍ଦୁଝର ତା ୨୮/୧୨- ସୁନ୍ଦରଗଡ଼ ଜିଲ୍ଲାର ଟେନ୍ସା ଠାରେ ଶିଶୁ କିଶୋର ପତ୍ରିକା ଶୁଆ ଶାରୀ ପକ୍ଷରୁ ଆୟୋଜିତ ପଞ୍ଚବିଂଶତିତମ ସାମ୍ବତ୍ସରିକ ଉତ୍ସବ ରେ ବିଶିଷ୍ଟ କବି, ବ୍ୟଙ୍ଗକାର ତଥା ଶିଶୁ ସାହିତ୍ୟ ସ୍ରଷ୍ଟା ଦେବାଶିଷ ଚକ୍ରବର୍ତ୍ତୀ ଙ୍କୁ ତାଙ୍କର ଶିଶୁ ସାହିତ୍ୟ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ତାଂକୁ ମାନପତ୍ର, ସ୍ମାରକୀ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଧିତ କରିଥଲେ। ଶ୍ରୀଯୁକ୍ତ ଚକ୍ରବର୍ତ୍ତୀ ଙ୍କର ଦଶଟି ଶିଶୁ କିଶୋର ଉପଯୋଗୀ ପୁସ୍ତକ ସମେତ ସାହିତ୍ୟ ର ବିଭିନ୍ନ ବିଭାଗ ରେ କୋଡ଼ିଏ ଟି ପୁସ୍ତକ ପ୍ରକାଶ ପାଇ ଓଡିଆ ବାଣୀ ଭଣ୍ଡାର ର ଶ୍ରୀବୃଦ୍ଧି ସାଧନ କରିଛି। ତାଙ୍କର ନୀରବଛିନ୍ନ ସାହିତ୍ୟ ସାଧନା ପାଇଁ ସେ ବ୍ୟଙ୍ଗ ରେ ରସରାଜ ଉପାଧୀ ସହିତ ବହୁ ସାହିତ୍ୟ ପତ୍ରିକା ଓ ସାରସ୍ୱତ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ତାଂକ ସୃଷ୍ଟି ସମ୍ଭାର ଉପରେ ଗବେଷଣା କରି ଦୁଇକଣ ଗବେଷକ କଳା ଭୂଷଣ (ଏମ୍ ଫିଲ ) ଓ ଜଣେ କଳା ବିଭୂଷଣ (ପି ଏଚ୍ ଡି) ଉପାଧି ଲାଭ କରିଛନ୍ତି। ତାଙ୍କର ଏହି କୃତିତ୍ୱରେ ମିଳନୀ ର ସମ୍ପାଦକ ଡ଼କ୍ଟର ଚିତ୍ତ ମିଶ୍ର, ସଦସ୍ୟ କବି ବିରଞ୍ଚି ସାମନ୍ତରାୟ, ରଙ୍ଗାଧର ବେହେରା, ନରହରି ମିଶ୍ର, ସାରଦା ପ୍ରସାଦ ଆଚାର୍ଯ୍ୟ, ପିନାକୀ ମିଶ୍ର, ଦେବଦତ୍ତ ଦେହୁରୀ, ଗାଳ୍ପିକ ଶାନ୍ତନୁ ମହାପାତ୍ର, କବି ହରିହର ମହାନ୍ତ, ଉମାକାନ୍ତ ବେହେରା ଏବଂ ଭଣ୍ଡା ସଂଜୀବନୀ ସାହିତ୍ୟ ସଂସଦ ସମ୍ପାଦକ ଲେଖକ, ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ ପ୍ରମୁଖ ତାଙ୍କୁ ଶୁଭେଚ୍ଛା, ଶୁଭ କାମନା ଜଣାଇବା ସହିତ ତାଙ୍କର ଉତ୍ତରତୋର ଉନ୍ନତି କାମନା କରିଛନ୍ତି l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

24
1044 views