logo

ଶିଶୁ ସାହିତ୍ୟ ପତ୍ରିକା ତିଷ୍ଠିରହିବା ଅଭିଭାବକଙ୍କ ମାନସିକତା ଉପରେ ନିର୍ଭରଶୀଳ।

ଶିଶୁ ସାହିତ୍ୟ ପତ୍ରିକା ତିଷ୍ଠିରହିବା ଅଭିଭାବକଙ୍କ ମାନସିକତା ଉପରେ ନିର୍ଭରଶୀଳ।

ଘଟଗାଁ,୨୮/୧୨: ଶିଶୁ କିଶୋର ମାନଙ୍କ ମାନସପଟ୍ଟରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ରୁଚି ଓ ସ୍ପୃହା ଜନ୍ମାଇବା ପାଇଁ ଯୁବ ଶିଶୁ ସାହିତ୍ୟିକ ସମୀର କୁମାର ପାଢୀଙ୍କ ଦ୍ବାରା ସୁନ୍ଦରଗଡ଼ ଜିଲ୍ଲାର ଟେନ୍ସାଠାରେ ପ୍ରତିଷ୍ଠିତ ତ୍ରୈମାସିକ ଶିଶୁ କିଶୋର ସାହିତ୍ୟ ପତ୍ରିକା " ଶୁଆଶାରୀ " ର ରୌପ୍ୟ ଜୟନ୍ତୀ ସମାବର୍ତ୍ତନ ସମାରୋହ ମହାଆଡମ୍ବରରେ ପାଳିତ ହୋଇଯାଇଛି।
ସୁନ୍ଦରଗଡ ଜିଲ୍ଲାର ଟେନ୍ସା ଜନମଙ୍ଗଳ କେନ୍ଦ୍ର ଠାରେ ଆୟୋଜିତ ତ୍ରୈମାସିକ ଶିଶୁ କିଶୋର ସାହିତ୍ୟ ପତ୍ରିକା " ଶୁଆଶାରୀ 'ର ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ସମାବର୍ତ୍ତନ ସମାରୋହର ଦ୍ବିତୀୟ ଦିବସ ରେ ଉଦ୍ଘାଟକ ଭାବରେ ବଣାଇ ରେଞ୍ଜର ର ଏସ୍.ସି .ଏଫ୍ ନଳିନୀକାନ୍ତ ବେହେରା, ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ମାନ୍ୟବର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ଏଜେଣ୍ଟ ପି ଟି ଏ ରଶ୍ମୀରଂଜନ ନାୟକ,କୋଇଡା ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ପ୍ରଦୀପ ପଟ୍ଟନାୟକ, ତେଲିଙ୍ଗିବାଜା ସାହିତ୍ୟ ପତ୍ରିକା ର ସଂପାଦକ ପ୍ରଫୁଲ୍ଲ କୁମାର ବାରିକ, ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନା, କେନ୍ଦୁଝର ଜିଲ୍ଲାର ବରିଷ୍ଠ ଶିଶୁ ସାହିତ୍ୟିକ ତଥା ମିଳନୀ ସାହିତ୍ୟ ସଂସଦର ସଂପାଦକ ଦେବାଶିଷ ଚକ୍ରବର୍ତ୍ତୀ, ସ୍ଥାନୀୟ ରେଞ୍ଜର ଧରଣୀଧର ସାହୁ,ଟ୍ରକ ଆସୋସିଏସନ୍ ସମିତିର ସଭାପତି ପ୍ରଭାକର ମଲ୍ଲିକ,, କଟକ ଜିଲ୍ଲାର ବରିଷ୍ଠ ଶିଶୁ ସାହିତ୍ୟିକ ସୁବ୍ରତ ମହାପାତ୍ର ଓ ସଂପାଦକ ସମୀର କୁମାର ପାଢୀ ଆଦି ପ୍ରମୁଖ ବ୍ଯକ୍ତି ଯୋଗଦେଇ ଶିଶୁ ସାହିତ୍ୟକୁ ଲୋକାଭିମୁଖୀ, ଜନପ୍ରିୟ କରାଇବା ସହ ଶିଶୁ ସାହିତ୍ୟକୁ ତିଷ୍ଠି ରଖିବାକୁ ହେଲେ ଅବିଭାବକ ମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବାର ଆବଶ୍ୟକତା ଏବଂ ଡିଜିଟାଲ ସାହିତ୍ୟ ପରିବର୍ତ୍ତେ ପିଲାମାନଙ୍କ ରେଫରେନ୍ସ ପାଇଁ ପୁସ୍ତକ ପତ୍ରିକା ଅତ୍ୟନ୍ତ ଜରୁରୀ ବୋଲି ଅତିଥି ବୃନ ମତପୋଷଣ କରିବା ସହିତ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶୁଆଶାରୀ ର ରୌପ୍ୟ ଜୟନ୍ତୀ ବିଶେଷାଙ୍କ ଓ ଔପନ୍ୟାସିକ ଭିକାରୀ ଚରଣ ପାତ୍ରଙ୍କ ଉପନ୍ୟାସ ପୁସ୍ତକ " ଉଲଗ୍ନା ମାଟି " କୁ ଅତିଥି ଗଣ ଉନ୍ମୋଚନ କରିବା ପୂର୍ବକ କେନ୍ଦୁଝର ଜିଲ୍ଲାରୁ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ବାଗ୍ମୀ ଦେବାଶିଷ ଚକ୍ରବର୍ତ୍ତୀ, ରାଜ୍ୟର ଜଣେ ଦୃଢ ସଂଗଠକ ତଥା ସଂଯୋଗୀ ସଜଫୁଲର ସଂପାଦକ ବାବୁଲାଲ ପଲେଇ,କାବ୍ଯକାର ଭୈରବ ଚନ୍ଦ୍ର ବେହେରା, ଜଗତସିଂହପୁର ରୁ ଉପେନ୍ଦ୍ର କୁମାର ବସ୍ତିଆ, କଟକରୁ ଶୁଭବ୍ରତ ମହାପାତ୍ର, ଯାଜପୁର ରୁ ଅଶୋକ କୁମାର ରାଉତ, ଅଜୟ କୁମାର ଜେନା,ରାଉରକେଲାରୁ ପ୍ରଫୁଲ୍ଲ ଚନ୍ଦ୍ର ବାରିକ,ତ୍ରିଲୋଚନ ମଥାନ, ଦିବାକର ଦାସ, ଢେଙ୍କାନାଳରୁ ଦିଲ୍ଲୀପ ସାହୁ, ବଲାଙ୍ଗୀର ରୁ ଗୋପୀନାଥ ଦଣ୍ଡସେନା,ଟେନ୍ସା ରୁ ଯୁବ ଗାଳ୍ପିକ ଘନଶ୍ୟାମ ପଲେଇ ଆଦି ତିରିଶି ରୁ ଅଧିକ ଯୁବ ଓ ବରିଷ୍ଠ ଶିଶୁ ସାହିତ୍ୟିକ, ସଂଗଠକ ମାନଙ୍କୁ ଉପଢୌକନ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମେ ଶୁଆଶାରୀ ର ସଂପାଦକ ସମୀର କୁମାର ପାଢୀ ଅତିଥି ତଥା ସାରସ୍ବତ ସ୍ରଷ୍ଟା ମାନଙ୍କୁ ସ୍ଵାଗତ କରିବା ସହିତ ସମ୍ୟକ ସୂଚନା ପ୍ରଦାନ କରିଥିବାବେଳେ ଦୀପକ୍ କୁମାର ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଭଗବାନ ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ସହ ସଂପାଦକ ଘନଶ୍ୟାମ ପଲେଇ ତଥା ଅନ୍ଯ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

ବାବୁଲାଲ ପଲେଇଙ୍କ ରିପୋର୍ଟ।

21
951 views