logo

ସଂଯୋଗୀ ସଜଫୁଲ ର ସଂପାଦକ ବାବୁଲାଲ ପଲେଇ ଙ୍କୁ "ଶୁଆଶାରୀ ସାହିତ୍ୟ ସମ୍ମାନ।"

ସଂଯୋଗୀ ସଜଫୁଲ ର ସଂପାଦକ ବାବୁଲାଲ ପଲେଇ ଙ୍କୁ "ଶୁଆଶାରୀ ସାହିତ୍ୟ ସମ୍ମାନ।"

ଘଟଗାଁ,୨୮/୧୨: (ଖଣ୍ଡାଧାର ନିଉଜ ) କେନ୍ଦୁଝର ଜିଲ୍ଲା ତଥା ସମଗ୍ର ରାଜ୍ୟରେ ଜଣେ ସୁପରିଚିତ କବି, ସାହିତ୍ୟିକ, ଦୃଢ଼ ସଂଗଠକ , ସୁଦକ୍ଷ ସଂପାଦକ, ପ୍ରତିଭାଦୀପ୍ତ ସାରସ୍ବତ ସାଧକ ତଥା ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସଂଯୋଗୀ ସଜଫୁଲର ପ୍ରତିଷ୍ଠାତା ସମ୍ପାଦକ ବାବୁଲାଲ ପଲେଇ ଙ୍କୁ ସୁଦୂର ସୁନ୍ଦରଗଡ଼ ଜିଲ୍ଲାର ଟେନ୍ସାଠାରେ ପ୍ରତିଷ୍ଠିତ ତ୍ରୈମାସିକ ଶିଶୁ କିଶୋର ସାହିତ୍ୟ ପତ୍ରିକା " ଶୁଆଶାରୀ " ତରଫରୁ " ଶୁଆଶାରୀ ସାହିତ୍ୟ ସମ୍ମାନ " ରେ ସମ୍ମାନିତ କରାଯାଇଛି।
ସୁନ୍ଦରଗଡ ଜିଲ୍ଲାର ଟେନ୍ସା ଜନମଙ୍ଗଳ କେନ୍ଦ୍ର ଠାରେ ଆୟୋଜିତ ତ୍ରୈମାସିକ ଶିଶୁ କିଶୋର ସାହିତ୍ୟ ପତ୍ରିକା " ଶୁଆଶାରୀ 'ର ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ସମାବର୍ତ୍ତନ ଉତ୍ସବ ଅବସରରେ ଜୀବନବ୍ୟାପୀ ସାହିତ୍ୟ ସାଧନା,କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ଏବଂ ନୂତନ ନୂତନ ଅଭିନବ କାର୍ଯ୍ୟକ୍ରମ ଓ କର୍ମଶାଳା ମାଧ୍ୟମରେ ପ୍ରଶିକ୍ଷଣ ଦେଇ ନୂତନ ସାରସ୍ବତ ସ୍ରଷ୍ଟା ସୃଜନ କରିବା ସହ ସାମ୍ପ୍ରତିକ ସମୟ ଓ ପରିସ୍ଥିତିରେ ସୁଧାର ଆଣିବା ପାଇଁ କାର୍ଯ୍ଯ କରୁଥିବା ସଂଯୋଗୀ ସଜଫୁଲର ମୁଖ୍ୟ ପୁରୋଧା ତଥା ସଂପାଦକ ଶ୍ରୀ ପଲେଇଙ୍କୁ ଏହି ସମ୍ମାନ ଦିଆଯାଇଛି । ରୌପ୍ୟ ଜୟନ୍ତୀ ସମାବର୍ତ୍ତନ ସମାରୋହର ଦ୍ବିତୀୟ ଦିବସ ରେ ଉଦ୍ଘାଟକ ଭାବରେ ବଣାଇ ରେଞ୍ଜର ଏସ୍.ସି .ଏଫ୍ ନଳିନୀକାନ୍ତ ବେହେରା, ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ମାନ୍ୟବର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ଏଜେଣ୍ଟ ପି ଟି ଏ ରଶ୍ମୀରଂଜନ ନାୟକ,କୋଇଡା ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ପ୍ରଦୀପ ପଟ୍ଟନାୟକ, ତେଲିଙ୍ଗିବାଜା ସାହିତ୍ୟ ପତ୍ରିକା ର ସଂପାଦକ ପ୍ରଫୁଲ୍ଲ କୁମାର ବାରିକ, ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନା, କେନ୍ଦୁଝର ଜିଲ୍ଲାର ବରିଷ୍ଠ ଶିଶୁ ସାହିତ୍ୟିକ ତଥା ମିଳନୀ ସାହିତ୍ୟ ସଂସଦର ସଂପାଦକ ଦେବାଶିଷ ଚକ୍ରବର୍ତ୍ତୀ, ସ୍ଥାନୀୟ ରେଞ୍ଜର ଧରଣୀଧର ସାହୁ,ଟ୍ରକ ଆସୋସିଏସନ୍ ସମିତିର ସଭାପତି ପ୍ରଭାକର ମଲ୍ଲିକ,, କଟକ ଜିଲ୍ଲାର ବରିଷ୍ଠ ସାହିତ୍ୟିକ ସୁବ୍ରତ ମହାପାତ୍ର ଓ ସଂପାଦକ ସମୀର କୁମାର ପାଢୀ ଆଦି ପ୍ରମୁଖ ବ୍ଯକ୍ତି ଯୋଗଦେଇ ଶ୍ରୀ ପଲେଇ ଙ୍କୁ ମାନପତ୍ର, ଟ୍ରଫି,ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରିବା ସହିତ ବିଭିନ୍ନ ସଂଗଠନ ମାଧ୍ୟମରେ ଜଣେ ସଫଳକାମୀ ବ୍ଯକ୍ତିତ୍ବ ରୂପେ ଅଭିହିତ କରି ଉଚ୍ଚ ପ୍ରଶଂସା କରିଥିଲେ । ପ୍ରକାଶଯୋଗ୍ୟ ଯେ ନିକଟ ଅତୀତରେ ଶ୍ରୀ ପଲେଇ ନିଉଜ ସେଭେନ୍ ର ବ୍ରେକ ଫାଷ୍ଟ ଓଡିଶାରେ ଆଲୋଚନା କରି ବହୁ ପ୍ରଶଂସା ଲାଭ କରିଛନ୍ତି।ନିଜ ବାସଗୃହ କୁ ଫେରିବା ପରେ ପରେ ସଂଯୋଗୀ ସଜଫୁଲ ପରିବାର ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ତତ୍ ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାରସ୍ବତ ସ୍ରଷ୍ଟା , ଶୁଭେଚ୍ଛୁ , ବନ୍ଧୁମାନଙ୍କ ଭିତରେ ଆନନ୍ଦର ଲହରୀ ଖେଳିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଚାଲିଛନ୍ତି।

ବାବୁଲାଲ ପଲେଇଙ୍କ ରିପୋର୍ଟ।

14
922 views